ARTICLE AD BOX
ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତିଶୀଳ ଓଡ଼ିଶା ଅଭିଯାନ ଅଧୀନରେ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ଥିକ ଅଞ୍ଚଳ( ବିକେପିପିଇଆର) ପାଇଁ ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ପ୍ରସ୍ତୁତି ନିମନ୍ତେ ନଭେମ୍ବର ୨୩ରୁ ଏକ ବ୍ୟାପକ ଘରୋଇ ଯାତ୍ରା ସର୍ବେକ୍ଷଣ ଆରମ୍ଭ କରାଯିବ। ଏହି ସର୍ବେକ୍ଷଣରେ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତର ଆବଶ୍ୟକତା, ଯାତ୍ରାର ଧାରା ଓ ଗମନାଗମନ ସମ୍ପର୍କିତ ସମସ୍ୟାଗୁଡ଼ିକୁ ସଂଗ୍ରହ କରାଯିବ। ସଂଗୃହୀତ ତଥ୍ୟ ଆଧାରରେ ଏକ ସମନ୍ୱିତ, ନାଗରିକକୈନ୍ଦ୍ରିକ ଆଞ୍ଚଳିକ ପରିବହନ ବ୍ୟବସ୍ଥା ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏଥିସହ ସାର୍ବଜନୀନ ପରିବହନ ସେବା, ସଡ଼କ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆବଶ୍ୟକ ପରିବହନ ଭିତ୍ତିଭୂମିର ଉନ୍ନତି ପାଇଁ ନାଗରିକମାନେ ନିଜର ମତାମତ ଓ ପରାମର୍ଶ ଦେବାର ସୁଯୋଗ ପାଇବେ।
Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗତିଶୀଳ ଓଡ଼ିଶା ଅଭିଯାନ ମାଧ୍ୟମରେ ହେବାକୁ ଥିବା ଏହି ଗୃହଭିତ୍ତିକ ଯାତ୍ରା ସର୍ବେକ୍ଷଣ ମାଧ୍ୟମରେ ଲୋକମାନଙ୍କ ପ୍ରକୃତ ଯାତ୍ରା ଅନୁଭୂତି, ଆଶା ଓ ଆକାଂକ୍ଷା ସମ୍ପର୍କରେ ଜାଣିବା ସମ୍ଭବ ହେବ। ଏହି ସର୍ବେକ୍ଷଣରେ ସକ୍ରିୟ ଭାବେ ଭାଗ ନେଇ ନିଜର ମୂଲ୍ୟବାନ ମତାମତ ଦେବାକୁ ଅନୁରୋଧ କରିଛନ୍ତି। ସର୍ବେକ୍ଷଣ ସମୟରେ ପରିବାରଗୁଡ଼ିକ ଦେଉଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଓ ଏହାକୁ କେବଳ ପରିବହନ ଯୋଜନା ପ୍ରସ୍ତୁତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ବିଭାଗ ପକ୍ଷରୁ ଅଧିକୃତ ସର୍ବେକ୍ଷକମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ସହ ଡିଜିଟାଲ୍ ସର୍ବେକ୍ଷଣର ବ୍ୟବସ୍ଥା ମଧ୍ୟ ରହିବ। ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଅଧିକୃତ କ୍ୟୁଆର କୋଡ୍ ସ୍କାନ୍ କରି ନାଗରିକମାନେ ନିଜ ସୁବିଧା ଅନୁସାରେ ଅନଲାଇନ୍ ମାଧ୍ୟମରେ ମଧ୍ୟ ସର୍ବେକ୍ଷଣରେ ଭାଗ ନେଇପାରିବେ।
Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?

32 minutes ago
1


