102 streetlights: ୧୦୨ ଷ୍ଟ୍ରିଟଲାଇଟ୍‌ ନ ଲଗାଇ ୭.୨୪ ଲକ୍ଷ ଆତ୍ମସାତ୍: ପ୍ରାକ୍ତନ ପିଇଓ ଓ ଜେଇଙ୍କ ସମେତ ୩ ଗିରଫ

17 minutes ago 1
ARTICLE AD BOX

ବ୍ରହ୍ମପୁର: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ବାଲ୍ୟସରା ପଞ୍ଚାୟତରେ ୨୦୨୧-୨୨ ଆର୍ଥିକ ବର୍ଷରେ ଷ୍ଟ୍ରିଟଲାଇଟ୍‌ ଲଗାଇବା ଆଳରେ ୭ ଲକ୍ଷ ୨୪ ହଜାର ଟଙ୍କା ଆତ୍ମସାତ୍‌ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ ତିନିଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲ୍ୟସରା ପଞ୍ଚାୟତର ପ୍ରାକ୍ତନ ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକରେ ପିଇଓ ଭାବେ କାର୍ଯ୍ୟରତ ଜେ.ରାମା ରାଓ, କବିସୂର୍ଯ୍ୟନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ବାଲ୍ୟସରା ପଞ୍ଚାୟତର ଭାରପ୍ରାପ୍ତ ଜେଇ ସବ୍ୟସାଚୀ ଗନ୍ତାୟତ ଓ ପୁରୁଷୋତ୍ତମପୁର ମା’ ତାରାତାରିଣୀ କନଷ୍ଟ୍ରକ୍ସନର ପ୍ରୋପାଇଟର କୃଷ୍ଣଚନ୍ଦ୍ର ବେହେରା। ପଞ୍ଚାୟତର ୫ଟି ଗ୍ରାମରେ ଷ୍ଟ୍ରିଟଲାଇଟ୍‌ ଲଗାଇବାକୁ ଅନୁଦାନ ଆସିଥିଲା। କିନ୍ତୁ ଷ୍ଟ୍ରିଟଲାଇଟ୍‌ ଲଗାଇବା ଦାୟିତ୍ବ ନେଇଥିବା କୃଷ୍ଣଚନ୍ଦ୍ର ମାତ୍ର ୨୦ଟି ଲାଇଟ୍‌ ଲଗାଇଥିବା ବେଳେ ୧୦୨ଟି ବାକି ରହିଥିଲା। ତଥାପି ପ୍ରାକ୍ତନ ପିଇଓ ରାମାରାଓ, ଜେଇ ସବ୍ୟସାଚୀ ଓ ବାଲ୍ୟସରାର ପ୍ରାକ୍ତନ ସରପଞ୍ଚ ଝୁଲି ସେଠୀ ବିଲ୍‌ ପାସ୍‌ କରି ୭ ଲକ୍ଷ ୭୫ହଜାର ୯୩୯ ଟଙ୍କା ପଇଠ କରିଥିଲେ। ୧୦୨ଟି ଲାଇଟ୍‌ ନ ଲଗାଇ ୬ ଲକ୍ଷ ୮୩ହଜାର ୪୬୫ ଟଙ୍କା ହଡ଼ପ କରିଥିଲେ। 

Ganjam: ଜଳ ସମ୍ପଦ ପକ୍ଷରୁ ରାତି ପାଟ୍ରୋଲିଂ କଡ଼ାକଡ଼ି, ନଦୀ ବନ୍ଧ ସୁଦୃଢ଼ ଉପରେ ଫୋକସ

ଏହାପରେ ରକ୍ଷଣାବେକ୍ଷଣ ବାବଦରେ ରାମା ରାଓଙ୍କ ପାଖକୁ ୯୭ହଜାର ୫୦୦ ଟଙ୍କା ଅନୁଦାନ ଆସିଥିଲା। ଯାଞ୍ଚ ବେଳେ କୌଣସି ରକ୍ଷଣାବେକ୍ଷଣ କାମ ନକରି ସେ ୪୧ହଜାର ୪୯୩ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା। ଏଭଳି ଭାବେ ମିଳିମିଶି ୭ ଲକ୍ଷ ୨୪ହଜାର ୯୫୮ ଟଙ୍କା ଅନୁଦାନ ଆତ୍ମସାତ୍ କରିଥିଲେ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ପ୍ରାକ୍ତନ ସରପଞ୍ଚଙ୍କ ସମେତ ଉପରୋକ୍ତ ତିନିଜଣଙ୍କ ନାମରେ କେସ୍‌ ନମ୍ବର ୧୪/୨୬ରେ ମାମଲା ରୁଜୁ ହୋଇଥିଲା। ଆଜି ତିନିଜଣଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟକୁ ଚାଲାଣ କରାଯାଇଛି।

Odisha ITI trainees: ଜାତୀୟସ୍ତରରେ ଚମକିଲେ ଓଡ଼ିଶାର ଦକ୍ଷ ଯୁବ ପ୍ରତିଭା, ୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.