ARTICLE AD BOX
ବିଶ୍ୱ ୨୦ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ୩ ପଦକ ସହ ପଦକ ତାଲିକାରେ ୨୭ତମ ସ୍ଥାନରେ ରହିଛି। ପ୍ରତିଯୋଗିତାର ଶେଷ ଦିନରେ ଭାରତ କୌଣସି ପଦକ ଜିତିପାରିନଥିବାରୁ ମୋଟ ପଦକ ସଂଖ୍ୟା ୩ରେ ସୀମିତ ରହିଛି।
/sambad/media/media_files/2026/08/10/0e6c5f14-61a8-455d-a798-10362c796671-2026-08-10-17-52-17.jpg)
ଓରେଗାନ (ଆମେରିକା): ବିଶ୍ୱ ୨୦ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ୩ ପଦକ ସହ ପଦକ ତାଲିକାରେ ୨୭ତମ ସ୍ଥାନରେ ରହିଛି। ପ୍ରତିଯୋଗିତାର ଶେଷ ଦିନରେ ଭାରତ କୌଣସି ପଦକ ଜିତିପାରିନଥିବାରୁ ମୋଟ ପଦକ ସଂଖ୍ୟା ୩ରେ ସୀମିତ ରହିଛି। ଏହି ୩ ପଦକ ମଧ୍ୟରେ ୨ଟି ରୌପ୍ୟ ଓ ୧ଟି କାଂସ୍ୟ ରହିଛି।
ଚାକିରି ଲୋଭ ଦେଖାଇ ନାଗପୁର ଯୁବତୀଙ୍କୁ ପର୍ତ୍ତୁଗାଲ୍ରେ ବିକ୍ରି କଲା ''ୱି ମାଇଗ୍ରେଟ୍''
ପୁରୁଷ ହାଇଜମ୍ପ୍ରେ ବସନ୍ତ କୁମାର ମେଘୱାଲ ରୌପ୍ୟ ପଦକ ଜିତିଥିବାବେଳେ ପୁରୁଷ ଲଙ୍ଗଜମ୍ପ୍ରେ ଶାହନୱାଜ ଖାଁ କାଂସ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ଶୁକ୍ରବାର ପୁରୁଷ ଜାଭେଲିନ୍ ଥ୍ରୋ’ରେ ଆଶିଷ ଯାଦବ ରୌପ୍ୟ ପଦକ ଜିତି ଭାରତର ପଦକ ଖାତା ଖୋଲିଥିଲେ। ଶେଷ ଦିନରେ ଅନୁଷ୍ଠିତ ମହି​ଳା ହାଇଜମ୍ପ ଫାଇନାଲ୍ରେ ଭାରତର ପୂଜା ସିଂହ ୭ମ ସ୍ଥାନରେ ରହିଥିଲେ। ସେ ନିଜର ଜାତୀୟ ରେକର୍ଡର ମଧ୍ୟ ନିକଟବର୍ତ୍ତୀ ହୋଇପାରି ନଥିଲେ। ସେହିପରି ଭାରତର ୪୪୦୦ପଦକ ତାଲିକାରେ ଆୟୋଜକ ଆମେରିକା ୨୪ଟି ପଦକ ସହ ଶୀର୍ଷ ସ୍ଥାନରେ ରହିଛି। କେନିଆ ୧୧ଟି ପଦକ ସହ ଦ୍ୱିତୀୟ ଏବଂ ଇଟାଲୀ ୫ଟି ପଦକ ସହ ତୃତୀୟ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନରେ ଜାମାଇକା ଥିବାବେଳେ ୫ମ ସ୍ଥାନରେ ଅଷ୍ଟ୍ରେଲିଆ ଓ ୬ଷ୍ଠରେ ଇଥିଓପିଆ ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


