ବାବ୍‌ ଏଲ ମାନ୍ଦେବ୍‌ ଷ୍ଟ୍ରେଟ୍‌ରେ ଜାହାଜ ଉପରେ ଆକ୍ରମଣ; ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ

4 hours ago 1
ARTICLE AD BOX

ତେହରାନ : ୟେମେନର ଇରାନ-ସମର୍ଥିତ ହୁଥି ବିଦ୍ରୋହୀମାନେ ବାବ୍ ଏଲ୍-ମାନ୍ଦେବ ଷ୍ଟ୍ରେଟ୍‌ରେ ଏକ ଡେକ୍ କାର୍ଗୋ ଜାହାଜ ଉପରେ ଆକ୍ରମଣ କରିବା ଫଳରେ ଅତି କମ୍‌ରେ ୩ ଜଣ କ୍ରୁ ସଦସ୍ୟ ନିହତ ହୋଇଛନ୍ତି । ୟେମେନ ତଟରକ୍ଷିବାହିନୀର ଦୁଇଟି ସୂତ୍ର ଏବଂ ଦୁଇ ଜଣ ସାମରିକ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

China rocket launch: ଚୀନ୍‌ର ରକେଟ୍‌ ଉତ୍‌କ୍ଷେପଣ ବିଫଳ, ଉଡ଼ାଣ ସମୟରେ ବିସ୍ଫୋରଣ

ତେବେ ହୁଥିମାନେ ଏଯାବତ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଅନ୍ୟପକ୍ଷେ ୟେମେନ୍ ସୂତ୍ର ଅନୁସାରେ, ଓମାନର ସାଲାଲାହରୁ ଜିବୁଟି ଦେଇ ଯାଉଥିବା ଏହି ଜାହାଜରେ ଥିବା ଦୁଇ ଜଣ ପାକିସ୍ତାନୀ ଏବଂ ଜଣେ ଇଣ୍ଡୋନେସୀୟ ନାଗରିକ ନିହତ ହୋଇଛନ୍ତି । ଯଦି ତେବେ ତାଞ୍ଜାନିଆ ପତାକା ବହନ କରୁଥିବା ତିହାମାହ ଜାହାଜ ଉପରେ ଏହି ଆକ୍ରମଣ ମଧ୍ୟପ୍ରାଚ୍ୟ ସଂଘର୍ଷ ଆରମ୍ଭ ହେବା ପରଠାରୁ ହୁଥିମାନଙ୍କ ଦ୍ବାରା ପ୍ରଥମ ଆକ୍ରମଣ ହେବ ।

ଉଲ୍ଲେଖଯୋଗ୍ୟ ଏହି ଘଟଣାର ଏକ ମାସ ପୂର୍ବରୁ ହୁଥିମାନେ ଲୋହିତ ସାଗରରେ ସାଉଦି ଆରବ ବିରୋଧରେ ଏକ ନୌସେନା ଅବରୋଧ ଘୋଷଣା କରିଥିଲେ । ଉଲ୍ଲେଖ‌ଯୋଗ୍ୟ ବାବ୍ ଏଲ୍-ମାନ୍ଦେବ୍‌କୁ ଏହାର ବିପଜ୍ଜନକ ନୌଚାଳନ ପରିସ୍ଥିତି ଯୋଗୁ ‘ଲୁହର ଦ୍ୱାର’ ବୋଲି କୁହାଯାଏ । ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ ରହିଥିବା ସମୟରେ ଏହି ଷ୍ଟ୍ରେଟ୍‌ ଏକ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି । ହୁଥିମାନେ ବାବ୍ ଅଲ୍-ମାନ୍ଦବ୍ ଷ୍ଟ୍ରେଟ୍‌ରେ ଜାହାଜ ଚଳାଚଳକୁ ବାଧା ଦେବାକୁ ଅନେକଥର ଧମକ ଦେଇଛନ୍ତି । ବିଶ୍ୱର ମୋଟ ବାଣିଜ୍ୟର ପ୍ରାୟ ୧୨ ପ୍ରତିଶତ ଏଠାରେ ହୋଇଥାଏ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.