ଫୋନ୍‌ରେ ମୋଦୀ-ଜର୍ମାନୀ ଚାନ୍‌ସେଲର୍‌ଙ୍କ ଆଲୋଚନା; ରଣନୈତିକ ସମ୍ପର୍କ ମଜଭୁତ କରିବା ଉପରେ ଗୁରୁତ୍ୱ

20 minutes ago 1
ARTICLE AD BOX

ନୂଆଦିଲ୍ଲୀ : ଭାରତ ଓ ଜର୍ମାନୀ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜଭୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନ୍‌ସେଲର୍‌ ଫ୍ରେଡ୍‌ରିକ୍‌ ମର୍ଜ । ମଙ୍ଗଳବାର ଉଭୟ ନେତା ଟେଲିଫୋନ୍‌ ଯୋଗେ କଥା ହୋଇ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରତିରକ୍ଷା, ଅତ୍ୟାଧୁନିକ ପ୍ରଯୁକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ଉପରେ ଉଭୟ ଗୁରୁତ୍ୱ ଦେଇଥିଲେ । ଚଳିତ ବର୍ଷ ଭାରତ ଓ ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ସହଯୋଗକୁ ଆଗକୁ ବଢ଼ାଇବାକୁ ଦୁଇ ନେତା ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

ଅକାଳୀ-ବିଜେପି ମେଣ୍ଟକୁ ଭଗୱନ୍ତ ମାନ୍‌ ଓ ଅଖିଳେଶଙ୍କ କଟାକ୍ଷ; ମାନ୍ କହିଲେ ‘ଠଗବନ୍ଧନ’, ଅଖିଳେଶ କହିଲେ ‘ଏକାକୀ ଲଢ଼ିବାର ତାକତ ନାହିଁ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ବିବୃତି ଅନୁସାରେ, ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଦୁଇ ଦେଶ ମଧ୍ୟରେ ନିୟମିତ ଯୋଗାଯୋଗ ଓ ସହଯୋଗ ଜାରି ରହିଥିବାରୁ ଏହାକୁ ଆହୁରି ବ୍ୟାପକ କରିବା ଉପରେ ମତ ଦେଇଥିଲେ । ବିଶେଷକରି ପ୍ରତିରକ୍ଷା ଓ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ବଢ଼ାଇବାକୁ ସହମତ ହୋଇଥିଲେ ।

ଭାରତ-ୟୁରୋପୀୟ ସଂଘ (ଇୟୁ) ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବଢ଼ାଇବା ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ମୋଦୀ ଓ ମର୍ଜ ଆଶା ପ୍ରକାଶ କରିଥିଲେ । ଏହା ଭାରତ ଓ ଜର୍ମାନୀ ସମେତ ସମଗ୍ର ୟୁରୋପୀୟ ବଜାର ସହ ଭାରତର ଆର୍ଥିକ ସମ୍ପର୍କକୁ ନୂଆ ଦିଗ ଦେଇପାରିବ । ଆଲୋଚନା ସମୟରେ ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିକାଶ ସମ୍ପର୍କରେ ମଧ୍ୟ ମତ ବିନିମୟ କରିଥିଲେ । ବିଶ୍ୱରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବାକୁ ସହମତ ହୋଇଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.