ARTICLE AD BOX
ହାପୁର: ଗଡ଼ମୁକ୍ତେଶ୍ୱରରେ ଆୟୋଜିତ ଐତିହାସିକ 'ଗଙ୍ଗା କାର୍ତ୍ତିକ ମେଳା'ରେ ଲାଗିଥିବା ପଶୁହାଟ ଚଳିତ ବର୍ଷ ଏକ ବିଶେଷ 'ଅତିଥି'ଙ୍କ କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମେଳାକୁ ଆସିଥିବା ଏକ ଘୋଡ଼ା ପାଇଁ ୭୧ ଲକ୍ଷ ଟଙ୍କାର ନିଲାମ ଡକା ଯାଇଥିଲା। ମୋଟାଅଙ୍କର ନିଲାମ ପରେ ବି ମାଲିକ ଘୋଡ଼ାକୁ ବିକ୍ରି କରିବାକୁ ରାଜି ହୋଇ ନଥିଲେ।
'ମେଳାରେ ପ୍ରଦର୍ଶନ ପରେ ଲାଗିଲା ଦର'
ଚର୍ଚ୍ଚାରେ ଥିବା ଘୋଡ଼ାର ମାଲିକ ନିତୁ ଚୌଧୁରୀଙ୍କ କହିବାନୁସାରେ, ‘ ମୋ ପାଖରେ ଥିବା ଘୋଡ଼ାଟି 'ନୁକ୍ରା' ପ୍ରଜାତିର। ମେଳାରେ ଏକ କାର୍ଯ୍ୟକ୍ରମ ସମୟରେ ଏହାର ଶାରୀରିକ ଗଠନ ଏବଂ ଚାଲିବା ଶୈଳୀ ସମସ୍ତଙ୍କ ମନ ଜିତି ନେଇଥିଲା। ଜଣେ କ୍ରେତା ଏହାର ଚମତ୍କାର ପ୍ରଦର୍ଶନ ଦେଖି ଏତେ ପ୍ରଭାବିତ ହୋଇଗଲେ ଯେ ସେ ତୁରନ୍ତ ଏଥିପାଇଁ ୭୧ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଥିଲେ।’
'ଘୋଡ଼ାଟି ମାଲିକଙ୍କ ଅତି ନିକଟତର'
ବାସ୍ତବରେ ଏତେ ବଡ଼ ଧନରାଶି ଯେକୌଣସି ବ୍ୟକ୍ତିଙ୍କୁ ଲୋଭିତ କରିପାରେ, ତଥାପି ନିତୁ ଚୌଧୁରୀ ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ କହିଲେ, "ଏହି ଘୋଡ଼ାଟି ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର` ଏହା ମୋ ପରିବାରର ଜଣେ ସଦସ୍ୟ ପରି। ଦର ଯେତେ ଅଧିକ ହେଲେ ମଧ୍ୟ, ମୁଁ ଏହାକୁ କାହାକୁ ବିକ୍ରି କରିବି ନାହିଁ। ଏହା ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ।"
ଏକ ଶତାବ୍ଦୀ ପୁରୁଣା ପରମ୍ପରା
ଗଡ଼ମୁକ୍ତେଶ୍ୱରର ଖାଦର ଅଞ୍ଚଳରେ ଆୟୋଜିତ ଏହି ମେଳା କେବଳ ଏହାର ଧାର୍ମିକ ମହତ୍ତ୍ୱ ପାଇଁ ନୁହେଁ, ବରଂ ଏହାର ଶତାବ୍ଦୀ ପୁରୁଣା ପଶୁହାଟ ପାଇଁ ମଧ୍ୟ ପ୍ରସିଦ୍ଧ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଘୋଡ଼ା ଏବଂ ଖଚର ପ୍ରେମୀମାନେ ଏଠାରେ ଏକତ୍ରିତ ହୁଅନ୍ତି। ଚଳିତ ବର୍ଷ, ୭୧ ଲକ୍ଷ ଟଙ୍କାର ଦର ଲାଗିବା ପରେ 'ନୁକ୍ରା' ଘୋଡ଼ାଟି ସମଗ୍ର ମେଳାରେ ଆଲୋଚନାର ବିଷୟ ପାଲଟିଛି।
‘ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ମୋର ଦୁଃଖ ଏବେ ବି ସେତିକି ଗଭୀର ଅଛି’: ହେମା ମାଲିନୀ

21 minutes ago
1


