Sharad Pawar: ଏନ୍‌ଡିଏରେ ଯୋଗ ଦେବେନି ଶରଦ ପାୱାର, ସୁପ୍ରିୟା ସୁଲେ

13 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଏବଂ ଦଳର ବାରାମତୀ ଲୋକସଭା ସାଂସଦ ସୁପ୍ରିୟା ସୁଲେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟରେ ଯୋଗ ଦେବେ ନାହିଁ। ମହାରାଷ୍ଟ୍ରର ଦୁଇ ବରିଷ୍ଠ ନେତା ଏଭଳି ମତ ରଖିଛନ୍ତି। ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିପାରନ୍ତି।

ଶରଦ ପାୱାରଙ୍କ ପୂର୍ବତନ ବିଶ୍ବସ୍ତ ତଥା ବର୍ତ୍ତମାନ ଅଜିତ ପାୱାରଙ୍କ ଏନ୍‌ସିପିରେ ଥିବା ଛଗନ ଭୁଜବଳ ସୋମବାର ଏହି ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଶରଦ ପାୱାର ଶାସକ ମେଣ୍ଟରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ। ଏ ସମ୍ପର୍କରେ ପାୱାର ଔପଚାରିକ ଭାବେ କୌଣସି ନିଷ୍ପତ୍ତି ଘୋଷଣା କରିନାହାନ୍ତି।

Sharad Pawar: ଶରଦ ପାୱାରଙ୍କ ଛାତିରେ ଯନ୍ତ୍ରଣା, ପୁଣେ ହସ୍ପିଟାଲରେ ଭର୍ତ୍ତି

ତେବେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଶରଦ ପାୱାର ଓ ସୁପ୍ରିୟା ସୁଲେ ସରକାରଙ୍କୁ ସମର୍ଥନ କରିପାରନ୍ତି। ଅନ୍ୟପକ୍ଷରେ ଶିବସେନା (ୟୁବିଟି)ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଶରଦ ପାୱାର ଏନ୍‌ଡିଏରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.