ପୁଲିସ୍‌ ଦ୍ବନ୍ଦ୍ବରେ: ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ୍ ଅନର୍‌ ପାଇଲେ ଅୱେସି

7 hours ago 1
ARTICLE AD BOX

ସାହରନ୍‌ପୁର : ଉତ୍ତର ପ୍ରଦେଶର ସାହରନପୁରର ସର୍କିଟ ହାଉସରେ ଆଜି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା । ପୁଲିସ କର୍ମଚାରୀମାନେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭୁଲବଶତଃ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲେ । ଶନିବାର ଅୱେସି ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ସର୍କିଟ ହାଉସରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ସାଲ୍ୟୁଟ କରିଥିଲେ । ଅୱେସି କିଛି ସମୟ ଅଟକି ଯାଇଥିଲେ ଓ ସାଲ୍ୟୁଟ୍‌ ଗ୍ରହଣ କରିବାକୁ ଛିଡ଼ା ହୋଇଥିଲେ । ତେବେ ଏହି ଗାର୍ଡ ଅଫ୍ ଅନର୍‌ ସର୍କିଟ ହାଉସ ପରିଦର୍ଶନ କରିବାକୁ ଥିବା ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି ।

Neglect: ରାଜ୍ୟର ଅସ୍ମିତା କୀର୍ତ୍ତିରାଜି ଧ୍ବଂଶାଭିମୁଖୀ; ମନ୍ଦିର ଓ ସ୍ମାରକୀ ରକ୍ଷଣବେକ୍ଷଣ ଦିଗହରା

ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଶନିବାର ସକାଳ ୧୧ଟାରେ ସର୍କିଟ ହାଉସରେ ପହଞ୍ଚି ଗୋଟିଏ କକ୍ଷରେ ବସିଥିଲେ । ଏହାର ପାଖାପାଖି ୨୦ ମିନିଟ୍‌ ପରେ ଅୱେସୀ ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ସେଠାରେ ପହଞ୍ଚିଥିଲେ ଓ ଏହି ଘଟଣା ଘଟିଥିଲା । ଅୱେସୀଙ୍କ ସହିତ ବହୁସଂଖ୍ୟକ ସୁରକ୍ଷାକର୍ମୀ ଥିବାରୁ ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିଲେ । ଅୱେସି ଓ ଚନ୍ଦ୍ରଶେଖର ସର୍କିଟ ହାଉସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସାମ୍ବାଦିକ ସମ୍ମିଳନୀ ହଠାତ୍ ବାତିଲ ହୋଇଯାଇଥିଲା ଓ ଉଭୟ ନେତା ସର୍କିଟ ହାଉସ ଛାଡି ସିଧାସଳଖ କଲେକ୍ଟୋରେଟ୍ ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରେ ସେମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭେଟିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.