ପୁଣି ଦାବି ଦୋହରାଇଲେ ଶାହ; କାଶ୍ମୀରରେ ଆଉ କୌଣସି ସ୍ଥାନୀୟ ଆତଙ୍କବାଦୀ ନାହାନ୍ତି

6 hours ago 1
ARTICLE AD BOX

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଅରୁଣାଚଳ ପ୍ରଦେଶର ବନ୍ଦେରଦେୱାଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପୁଣିଥରେ ତାଙ୍କ ଦାବି ଦୋହରାଇଛନ୍ତି । ଶାହ କହିଛନ୍ତି, କାଶ୍ମୀରରେ ଆଉ କୌଣସି ସ୍ଥାନୀୟ ଆତଙ୍କବାଦୀ ନାହାନ୍ତି । କାଶ୍ମୀରରେ ଏଲ୍‌ଇଟି (ଲସ୍କର ଏ ତୋଏବା) ସହ ଜଡ଼ିତ ଶେଷ ସକ୍ରିୟ କାଶ୍ମୀର ଆତଙ୍କବାଦୀକୁ ନିପାତ କରାଯାଇଛି ବୋଲି ଶାହ କହିଛନ୍ତି ।

ଉଗ୍ର ହେଲା ଟ୍ରେନ୍‌ରେ ସିଟ୍‌ ବିବାଦ: ଜିଆର୍‌ପି ପୁଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା

ଉଲ୍ଲେଖଯୋଗ୍ୟ, କୁଲଗାମରେ ନିକଟରେ ଏଲ୍‌ଇଟି କମାଣ୍ଡର ମହମ୍ମଦ ଲତିଫ ଭଟ୍ଟ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହେବାପରେ ଶାହ ଏହି ବୟାନ ଦେଇଛନ୍ତି । ଶାହ କହିଛନ୍ତି, ‘ଆଜି ମୁଁ ଗର୍ବର ସହ ଏହା କହିପାରୁଛି ଯେ କାଶ୍ମୀର ଉପତ୍ୟକାରେ ଆଉ ଜଣେ ବି ସ୍ଥାନୀୟ ଆତଙ୍କବାଦୀ ନାହାନ୍ତି । ଏବେ କାଶ୍ମୀରରେ ଯେଉଁମାନେ ବାକି ରହିଯାଇଛନ୍ତି ସେମାନେ ସମସ୍ତେ ବିଦେଶୀ ଆତଙ୍କବାଦୀ ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଦିଲ୍ଲୀରେ ଆୟୋଜିତ ବାର୍ଷିକ ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ମଧ୍ୟ ଶାହ ଏହି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଏଲ୍‌ଇଟି ଆତଙ୍କବାଦୀ ଲତିଫ୍‌ ଭଟ୍ଟ ନିପାତ ହେବାପରେ କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ଉପସ୍ଥିତି ଶେଷ ହୋଇଯାଇଛି । ୩୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଜମ୍ମୁ କାଶ୍ମୀରରେ କୌଣସି ଭାରତୀୟ ଜନ୍ମିତ ଆତଙ୍କବାଦୀ ସକ୍ରିୟ ନଥିବା ଏକ ବଡ଼ ଉପଲବ୍ଧି ବୋଲି ସେ କହିଥିଲେ । ଶାହ ଆଜି ଉତ୍ତରପୂର୍ବ ରାଜ୍ୟ ଗସ୍ତ ଅବସରରେ ୯୦୦ରୁ ଅଧିକ ନବନିଯୁକ୍ତ ପୁଲିସଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ । ଶାହ କହିଛନ୍ତି, ଅରୁଣାଚଳପ୍ରଦେଶ ରଣନୀତିକ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ ରହିଛି ଏବଂ ଏହାର ସୁରକ୍ଷା, ଶାନ୍ତି ଓ ବିକାଶ ସମଗ୍ର ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.