ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ବୁଲୁଛନ୍ତି ଗୋବିନ୍ଦା, ଭାଇରାଲ ହେଲା ଭିଡିଓ

2 days ago 4
ARTICLE AD BOX

ଗଣେଶ ଚତୁର୍ଥୀ ଅବସରରେ ବାପ୍ପାଙ୍କ ଆଶୀର୍ବାଦ ନେବା ପାଇଁ ଗୋବିନ୍ଦା ପହଞ୍ଚିଥିଲେ ଲାଲବାଗଚା ରାଜାଙ୍କ ପଣ୍ଡାଲରେ। କିନ୍ତୁ ଏଥର ସାଙ୍ଗରେ ନଥିଲେ ପତ୍ନୀ। ନିଜ ତଥାକଥିତ ପ୍ରେମିକାଙ୍କୁ ଧରି ଦର୍ଶନ ପାଇଁ ପହଞ୍ଚିଥିଲେ ଗୋବିନ୍ଦା।

ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦରବାରରେ ପହଞ୍ଚିଲେ ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦା। ଗଣେଶ ଚତୁର୍ଥୀ ଅବସରରେ ବାପ୍ପାଙ୍କ ଆଶୀର୍ବାଦ ନେବା ପାଇଁ ଗୋବିନ୍ଦା ପହଞ୍ଚିଥିଲେ ଲାଲବାଗଚା ରାଜାଙ୍କ ପଣ୍ଡାଲରେ। କିନ୍ତୁ ଏଥର ସାଙ୍ଗରେ ନଥିଲେ ପତ୍ନୀ। ନିଜ ତଥାକଥିତ ପ୍ରେମିକାଙ୍କୁ ଧରି ଦର୍ଶନ ପାଇଁ ପହଞ୍ଚିଥିଲେ ଗୋବିନ୍ଦା। ତାଙ୍କ ସହ ନଜର ଆସିଥିବା ଏହି ଅଭିନେତ୍ରୀଜଣକ ହେଲେ କୋମଲ ରାଣୀ ସ୍ୱର୍ଣ୍ଣକାର। ଉଭୟଙ୍କୁ ଏକାଠି ବାପ୍ପାଙ୍କ ଦର୍ଶନ କରୁଥିବାର ଅନେକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ମାସ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ଚର୍ଚ୍ଚାକୁ ସ୍ବୀକାର କରିନାହାନ୍ତି ଗୋବିନ୍ଦା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.