ARTICLE AD BOX
ଡେରାବିଶ: ଡେରାବିଶ ବ୍ଳକ୍ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ଣରେ ଅଭାବନୀୟ ସ୍ଥିତି ଉପୁଜିଥିଲା। ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ହର୍ ଘର୍ ତ୍ରିରଙ୍ଗା ଯାତ୍ରା ପାଇଁ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀ ଏକାଠି ହୋଇଥିଲେ। ପରେ ସେମାନେ ବିଡିଓଙ୍କ ପ୍ରକୋଷ୍ଠରେ ପଶି ଉନ୍ନୟନମୂଳକ କାମ ପ୍ରସଙ୍ଗରେ ଯୁକ୍ତିତର୍କ, ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଡିଓ ହଠାତ୍ ସ˚ଜ୍ଞାହୀନ ହୋଇ ପଡ଼ିଥିଲେ। କର୍ମଚାରୀମାନେ ବିଡିଓଙ୍କୁ ପାଖ କ୍ବାର୍ଟର୍ସକୁ ନେଇ ଡାକ୍ତରଙ୍କୁ ଖବର ଦେଇଥିଲେ। ବୀରନୀଳକଣ୍ଠପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲ୍ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ତାଙ୍କ ରକ୍ତଚାପ ଓ ମଧୁମେହ ବହୁତ ଅଧିକ ରହିଛି। ହୃଦ୍ରୋଗ ବିଶେଷଜ୍ଞଙ୍କ ଚିକିତ୍ସା ଜରୁରି ଥିବାରୁ ତାଙ୍କୁ ଭୁବନେଶ୍ବର ପଠାଇ ଦିଆଯାଇଛି।
BSNL's big decision: ବିଏସ୍ଏନ୍ଏଲ୍ର ବଡ଼ ନିଷ୍ପତ୍ତି: ୩୫୦ ଜମି ଲିଜ୍ ଦେବ, ନ ହେଲେ ବିକିବ
ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଅଫିସରେ ପଶି ବିଜେପି ନେତା ଓ ସମର୍ଥକଙ୍କ ଯୁକ୍ତିତର୍କ
ବିଡିଓ ହସ୍ପିଟାଲ ସ୍ଥାନାନ୍ତର ହୋଇଥିବାରୁ ତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ କିମ୍ବା ପ୍ରତିକ୍ରିୟା ମିଳି ପାରିନାହିଁ। ସେପଟେ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ କହିଛନ୍ତି, ବିଡିଓଙ୍କୁ ଦୁର୍ବ୍ୟବହାର କରାଯାଇନାହିଁ। ଜନସାଧାରଣଙ୍କ ସମସ୍ୟା ଉପରେ ବିଡିଓ ଆଦୌ କାମ କରୁନାହାନ୍ତି। ତେଣୁ ତାଙ୍କୁ ଲୋକମାନେ ବିିଭିନ୍ନ ସମସ୍ୟା ବିଷୟରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ବିଡିଓ ଦେଇପାରି ନ ଥିଲେ।
Uttarakhand tunnel rescue: ସୁଡ଼ଙ୍ଗରେ ଫସିଛନ୍ତି ୩, ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବର୍ଷା
ଆମ ଆଗରେ ବିଡିଓ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ପରେ କ’ଣ ହୋଇଛି, ସେ ବିଷୟରେ କହିପାରିବୁ ନାହିଁ। ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମଲିକ, ରାଜ୍ୟ ବିଜେଡି ସମ୍ପାଦକ ତଥା ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଘଟଣାର ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, କିଛିମାସ ତଳେ ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହାକୁ ନେଇ ରାଜନଗରରୁ ଭୁବନେଶ୍ବର ଯାଏଁ ହଟଚମଟ ଚାଲିଥିଲା।

1 hour ago
1

