ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି‌ରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

38 minutes ago 1
ARTICLE AD BOX

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞା‌ନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆନ୍ଦୋଳନ କରିବ । ସିଜେପିର ଏହି ଆନ୍ଦୋଳନ ମୁମ୍ବାଇରୁ ଆରମ୍ଭ ହେବ । ଆଜି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନିର୍ବାଚନ କମିସନ୍‌ ମୁଖ୍ୟ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଇଣ୍ଡିମେଣ୍ଟରେ ଯୋଗ ଦେବାବାପାଇଁ ଟିମ୍‌ ଋତବ୍ରତ ପ୍ରସ୍ତୁତ; ମମତାଙ୍କୁ ହଟାଇବାପାଇଁ ସର୍ତ୍ତ

ଜ୍ଞାନେଶ କୁମାରଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାପାଇଁ ଏବଂ ସିଇସି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ରଖିବାପାଇଁ ଦୀପ୍‌କେ ଦାବି କରିଛନ୍ତି । ଦୀପ୍‌କେ ମୁମ୍ବାଇରେ କହିଛନ୍ତି, ସିଇସି ନିଯୁକ୍ତିରେ ସ୍ବଚ୍ଛତା ରହିବା ଉଚିତ ଏବଂ ଏଥିରେ ସିଭିଲ୍‌ ସୋସାଇଟିର ସମ୍ପୃକ୍ତି ରହିବା ଉଚିତ । ସିଜେପି ମୁଖ୍ୟ ମୁଖପାତ୍ର ସୌରଭ ଦାସ କହିଛନ୍ତି, ଆନ୍ଦୋଳନ ମୁମ୍ବାଇର ଶିବାଜୀ ପାର୍କରେ ଆରମ୍ଭ ହେବ ଏବଂ ପରେ ଏହା ଦେଶର ଅନ୍ୟ ସ୍ଥାନରେ ଚାଲିବ ।

ସିଜେପି ସହ ପ୍ରତିଷ୍ଠାତା ଆଶୁ‌ତୋଷ ରାଙ୍କା ଏହି ଆନ୍ଦୋଳନ ସଂକ୍ରାନ୍ତରେ ଏକ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ଜ୍ଞାନେଶ କୁମାର ଇସ୍ତଫା ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେ କହିଛନ୍ତି, ଯଦି ତାଲିକାରୁ ଭୋଟରଙ୍କ ନାଁ କାଟିବା ପୂର୍ବରୁ ସେମାନଙ୍କ ଅନୁମତି ନିଆଯାଇନି ତେବେ ସରକାର କାହିଁକି ଆନ୍ଦୋଳନ ପାଇଁ ଅନୁମତି ନିଆଯିବ ବୋଲି ଆଶା କରୁଛନ୍ତି । ମିଳିଥିବା ସୂଚନାନୁଯାୟୀ ଶିବାଜୀ ପାର୍କରେ ସିଜେପି ଆନ୍ଦୋଳନ ପାଇଁ ମୁମ୍ବାଇ ପୁଲିସ ଅନୁମତି ଦେଇନାହିଁ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.