ଆସାମରେ ୯ ବାଂଲାଦେଶୀ ଗିରଫ; ନକଲି ଭାରତୀୟ ପରିଚୟପତ୍ର ଜବତ

40 minutes ago 1
ARTICLE AD BOX

ଢାକା : ଆସାମର ବୋଙ୍ଗାଇଗାଓଁ ଜିଲ୍ଲାର ନ୍ୟୁ ବୋଙ୍ଗାଇଗାଓଁ ରେଳ ଷ୍ଟେସନ୍‌ରେ ଏକ ମିଳିତ ଅପରେସନ୍‌ରେ ବୁଧବାର ୯ ଜଣ ବାଂଲାଦେଶୀ ନାଗରିକ ଗିରଫ ହୋଇଛନ୍ତି । ବୋଙ୍ଗାଇଗାଓଁ ଏସ୍‌ଏସ୍‌ପି ନୁମାଲ ମିତ୍ତଲ ସାମ୍ବାଦିକଙ୍କୁ କହିଛନ୍ତି, ଆମେ ଏକ ମିଳିତ ଅପରେସନ୍‌ରେ ନ୍ୟୁ ବୋଙ୍ଗାଓଗାଓଁ ରେଳ ‌‌ଷ୍ଟେସନ୍‌ରେ ୯ ଜଣଙ୍କୁ ଗିରଫ କରିଥିଲୁ । ଜେରା ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଗିରଫ ‌ହୋଇଥିବା ସମସ୍ତ ନାଗରିକ ବାଂଲାଦେଶର । ସେମାନଙ୍କ ନିକଟରୁ ୪ଟି ବାଂଲାଦେଶୀ ପରିଚୟପତ୍ର ମିଳିଛି ବୋଲି ସେ କହିଛନ୍ତି । ସେମାନଙ୍କ ନିକଟରୁ ମଧ୍ୟ ୬ଟି ମୋବାଇଲ ଫୋନ୍‌, ଗୋଟିଏ ବାଂଲାଦେଶୀ ପାସପୋର୍ଟ, ୩ଟି ନକଲି ଭାରତୀୟ ଆଧାର କାର୍ଡ ଓ ୫ଟି ରେଳ ଟିକେଟ୍‌ ମିଳିଛି ।

Congress: କଂଗ୍ରେସରେ ପୁଣିଥରେ ଯୋଗ ଦେବା ପାଇଁ ମମତାଙ୍କୁ ନିମନ୍ତ୍ରଣ କଲେ ଅଧୀର

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ଏକ ପଡ଼ୋଶୀ ଜିଲ୍ଲା ଦେଇ ଆସାମକୁ ପଶିଛନ୍ତି ଏବଂ ସେମାନେ ନ୍ୟୁ ବୋଙ୍ଗାଇଗାଓଁ ରେଳ ଷ୍ଟେସନ୍‌ରୁ ବାହାରକୁ ଯିବାର ଯୋଜନା କରିଥିଲେ । ମିତ୍ତଲ କହିଛନ୍ତି, ପ୍ରଥମେ ଆମେ ୬ ବାଂଲାଦେଶୀ ନାଗରିକଙ୍କୁ ଗିରଫ କଲୁ ଏବଂ ପରେ ଅନ୍ୟ ୩ ଜଣଙ୍କୁ ଗିରଫ କଲୁ । ସେମାନଙ୍କ ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ସେମାନେ କାମ ପାଇଁ ବାହାରକୁ ଯିବା ଲାଗି ଯୋଜନା କରିଥିଲେ ବୋଲି ଜଣାପଡ଼ିଛି । ବୋଙ୍ଗାଇଗାଓଁ ପୁଲିସ ଦ୍ବାରା ନ୍ୟୁ ବୋଙ୍ଗାଇଗାଓଁ ଜିଆର୍‌ପି ସହ ମିଳିତ ସହଯୋଗରେ ଏହି ଅପରେସନ୍‌ ଆରମ୍ଭ ହୋଇଥିଲା । ଉ‌ଲ୍ଳେଖଯୋଗ୍ୟ, ଆସାମରେ ୧୬ ତାରିଖରେ ‌ହୋଇଥିବା ପୃଥକ୍‌ ଅପରେସନ୍‌ରେ ଆସାମ ପୁଲିସ ପୁରୁଷ, ମହିଳା ଓ ନାବାଳକଙ୍କ ସମେତ ୨୭ ବାଂଲାଦେଶୀ ନାଗରିକଙ୍କୁ ଗୁଆହାଟୀ ଓ ରଙ୍ଗିୟାରୁ ଗିରଫ କରିଥିଲା ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.