ARTICLE AD BOX
ଗଂଜାମ ଜିଲ୍ଲା ଭଞ୍ଜନଗର ଗିଡିପାବାଲି ଭୂସ୍ଖଳନ ସ୍ଥଳରୁ ନିଜର ପ୍ରାଣ ରକ୍ଷା କରିଥିବା ପରିବାର ଲୋକଙ୍କୁ ବର୍ତ୍ତମାନ କନ୍ଧମାଳ ଜିଲ୍ଲା କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗାରେ ରଖା ଯାଇଥିବା ବେଳେ ସେଠାରୁ ୨ ପରିବାରର ୬ ଜଣଙ୍କୁ ବାଇବାଲି ପଞ୍ଚାୟତର ବଜ୍ରକୋଟକୁ ବୁଧବାର ରାତିରେ ଅଣାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି।
/sambad/media/media_files/2026/11/05/whatsapp-image-2026-11-05-21-25-09.jpeg)
/sambad/media/media_files/2026/11/05/whatsapp-image-2026-11-05-21-27-22.jpeg)
1/2
ଗ୍ରାମର ୯ ଟି ପରିବାର ରହୁଥିବା ବେଳେ ଆଜି ୭ ଜଣଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ପରିବାରଙ୍କ ସଦସ୍ୟ ନିଖୋଜ ରହିଛନ୍ତି। ଆଜି ସୁଦ୍ଧା ୭ ଜଣଙ୍କ ମୃତଦେହ ଭୂସ୍ଖଳନ ସ୍ଥଳରୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୬ ଜଣ ନିଖୋଜ ରହିଥିବା ଗ୍ରାମବାସୀ ଦାବି କରିଛନ୍ତି। ନିଖୋଜ ରହିଥିବା ୨ ପରିବାର ବର୍ଗଙ୍କ ବର୍ତ୍ତମାନ ସ୍ଥିତିରେ କେହି ଥିବା ଜଣାପଡିନଥିବା ବେଳେ ପ୍ରଶାସନ ପକ୍ଷରୁ ବାକି ୭ ଜଣଙ୍କୁ ଆଜି ଭେଟି ରେଡକ୍ରସ ସହାୟତା ପ୍ରଦାନ କରାଯାଇଛି।
/sambad/media/media_files/2026/11/05/whatsapp-image-2026-11-05-21-27-39.jpeg)
2/2
ଆଗାମୀ ଦିନରେ ସରକାର ଘୋଷଣା କରିଥିବା ବାକି ସହାୟତା ପ୍ରଦାନ ସହ ସେମାନଙ୍କୁ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଞ୍ଜନଗର ଅତିରିକ୍ତ ତହସିଲଦାର ଅଭିନାଶ ମାହାର,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ଥାନା ଅଧିକାରୀ ଜୀବନାନନ୍ଦ ଜେନା ଡାକ୍ତରଖାନାରେ ଚିକିତ୍ସିତ ୨ ପରିବାର,କିଲାପାଙ୍ଗା ଆଶ୍ରୟସ୍ଥଳରେ ରହିଥିବା ୩ ପରିବାର ଓ ବଜ୍ରକୋଟ ଆଶ୍ରୟସ୍ଥଳରେ ରହିଥିବା ୨ ପରିବାରକୁ ଆଜି ସନ୍ଧ୍ୟାରେ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

12 minutes ago
1


