ARTICLE AD BOX
କଟକ: ଚୌଦ୍ବାର ଜେଲ୍କୁ ପନିପରିବା, ମାଛ, କୁକୁଡା ମାଂସ, ଅଣ୍ଡା, କ୍ଷୀର ସମେତ ଅନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଣ ପ୍ରସଂଗରେ ଅଚଳାବସ୍ଥା ହଟିଛି। ଖାଦ୍ୟ ସାମଗ୍ରୀ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଟେକନିକାଲ୍ ବିଡ୍ ସ୍ତରରେ ଏକ ଘରୋଇ ସଂସ୍ଥାର ବିଡ୍ ଖାରଜ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଘରୋଇ ସଂସ୍ଥା ତରଫରୁ ଦାୟର ଦୁଇଟି ଆବେଦନକୁ ଖାରଜ କରିଛନ୍ତି। ଫଳରେ ଟେଣ୍ଡର ପ୍ରକ୍ରିୟା ଉପରେ ରହିଥିବା ଅନ୍ତରୀଣ ଅଙ୍କୁଶ ହଟିଛି। ଚୌଦ୍ବାର ଜେଲକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଖାଦ୍ୟ ଯୋଗାଣ ପାଇଁ ବାଟ ଫିଟିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୬, ମାର୍ଚ୍ଚ ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଜେଲ ବିଭାଗ ନିକଟରୁ ଜବାବ ତଲବ କରିଥିଲେ। ଏଥି ସହିତ ଚୌଦ୍ବାର ଜେଲ୍କୁ ପନିପରିବା, ମାଛ, କୁକୁଡା ମାଂସ, ଅଣ୍ଡା, କ୍ଷୀର ସମେତ ଅନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ।
Arrest: ମହିଳା କଏଦୀଙ୍କ ସୁନାଗହଣା ହଡ଼ପ୍ ଘଟଣା: ଚୌଦ୍ବାର ଜେଲ୍ର ୱାର୍ଡ଼ର ଗିରଫ
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଅତୀତର ଯୋଗାଣ ଅନିୟମିତତା ଆଧାରରେ ଆବେଦନକାରୀଙ୍କ ବିଡ୍ ଖାରଜ ହୋଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଅତୀତରେ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଆବେଦନକାରୀ ସଂସ୍ଥା ବିରୋଧରେ ଅନିୟମିତତା ନେଇ ରହିଥିବା ଅଭିଯୋଗ ସଂପର୍କିତ ରେକର୍ଡ ସରକାରଙ୍କ ତରଫରୁ ଦାଖଲ କରାଯିବା ସହିତ ଆବେଦନକୁ ଖାରଜ କରିବାକୁ ନିବେଦନ କରାଯାଇଥିଲା। ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

9 minutes ago
1


