Judgement: ବିବାଦୀୟ ୟୁଜିସି ନିୟମାବଳି ମାମଲା; ସମୀକ୍ଷା ପାଇଁ କେନ୍ଦ୍ରକୁ ଅଧିକ ସମୟ ଦେଲେ ସୁପ୍ରିମ୍‌କୋର୍ଟ

9 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଭିତ୍ତିକ ଭେଦଭାବ ଓ ରୢାଗିଂ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରଣୟନ କରିଥିବା ନୂଆ ନିୟମାବଳିର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ନିୟମାବଳିର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉଠିଥିବା ଆପତ୍ତିର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସରକାର ବିଚାର କରୁଥିବା ଅଦାଲତଙ୍କୁ ଜଣାଇଛନ୍ତି। ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷା ଯେପରି ଅକ୍ଷୁଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି।

ଗୁରୁବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ନିୟମାବଳିର ବିଭିନ୍ନ ଦିଗର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ସରକାର ବିଚାର କରୁଛନ୍ତି। ଯୁବପିଢ଼ିଙ୍କ ସମେତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଆଶଙ୍କାକୁ ବିଚାରକୁ ନିଆଯିବ ବୋଲି ସେ କହିଥିଲେ। ଏହାପରେ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆଉ ଚାରି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଫିଟ୍‌ନେସ୍ ଯୋଜନା : ପ୍ରତିଦିନ ଘଣ୍ଟାଏ ବ୍ୟାୟାମ କରିବେ ଶିକ୍ଷକ, ବିଦ୍ୟାର୍ଥୀ

ଏହି ମାମଲାରେ ଜାତିଭିତ୍ତିକ ଭେଦଭାବର ସଂଜ୍ଞା ଓ ଏହାର ପରିସରକୁ ନେଇ ନୂଆ ନିୟମାବଳିକୁ ଚ୍ୟାଲେଞ୍ଜ କରାଯାଇଛି। ୨୦୨୬ ଜାନୁଆରି ୧୩ରେ ୟୁଜିସି ନୂଆ ନିୟମାବଳି ଜାରି କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଉଚ୍ଚଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ଓ ସମାନତାଭିତ୍ତିକ ପରିବେଶ ସୃଷ୍ଟି କରିବା। 

ତେବେ ଏହାର କେତେକ ବ୍ୟବସ୍ଥାକୁ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଆପତ୍ତି ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ ନିୟମରେ ଥିବା କେତେକ ବ୍ୟବସ୍ଥା ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରିପାରେ। ଏହାକୁ ନେଇ ଏକାଧିକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିଲା। ଗତ ଜାନୁଆରି ୨୯ରେ ଖଣ୍ଡପୀଠ ନୂଆ ନିୟମାବଳି ଉପରେ ଅନ୍ତରୀଣ ରୋକ୍‌ ଲଗାଇଥିଲେ। ଏହାର କେତେକ ବ୍ୟବସ୍ଥା ପ୍ରଥମ ଦୃଷ୍ଟିରେ ଅସ୍ପଷ୍ଟ ଥିବା ଏବଂ ଏହାର ଦୁରୁପଯୋଗ ହେବାର ଆଶଙ୍କା ଥିବା କୋର୍ଟ କହିଥିଲେ। ଏଥିସହ ୨୦୧୨ର ପୁରୁଣା ନିୟମାବଳିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଆଦେଶ ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.