Journalists’ Pension Demand: ସାମ୍ବାଦିକଙ୍କୁ ପେନ୍‌ସନ ପ୍ରଦାନ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ

11 minutes ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ସାମ୍ବାଦିକମାନଙ୍କୁ ପେନ୍ସନ୍ ପ୍ରଦାନ ସମେତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ଆଜି  (ଗୁରୁବାର) ରାଜଭବନରେ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ସାକ୍ଷାତ କରିଛନ୍ତି। 

Judgement: ‘ଯଦି ପ୍ରତ୍ୟେକ ନାଗରିକ ସାମ୍ବାଦିକ ହୁଅନ୍ତି, ଏହା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ’
ଆଲୋଚନାରେ, ବିଶେଷତଃ ଓଡ଼ିଶାର ସାମ୍ବାଦିକମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସଙ୍ଗ ଉପରେ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱ ପ୍ରଦାନ କରିଥିଲେ। ଦେଶର ପ୍ରାୟ ୨୧ଟି ରାଜ୍ୟରେ ସେଠାକାର ସରକାର ସାମ୍ବାଦିକମାନଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିଥିବାବେଳେ ଓଡ଼ିଶାର ସାମ୍ବାଦିକମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟପାଳଙ୍କୁ ଜଣାଇଥିଲେ।  ଖବରକାଗଜ ସାମ୍ବାଦିକମାନଙ୍କୁ ପେନ୍‌ସନ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ। ସାମ୍ବାଦିକମାନଙ୍କୁ ପେନ୍‌ସନ ଦିଆଯାଉ ନଥିବା ଜାଣି ରାଜ୍ୟପାଳ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସେ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିଲେ।

Utkal Journalists’ Association ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ସାମ୍ବାଦିକ: ଉତ୍କଳ ସାମ୍ବାଦିକ ସଂଘ
ଏହି ପ୍ରତିନିଧି ମଣ୍ଡଳୀରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସମ୍ପାଦକ ସନତ ମିଶ୍ର, ରାଜ୍ୟ ସଭାପତି ତଥା ଓଡ଼ିଶା ଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବୋର୍ଡର ବରିଷ୍ଠ ଉପଦେଷ୍ଟା ରାଜାରାମ ଶତପଥୀ ଓ ଏସ୍ଏ ନମାନ ପ୍ରମୁଖ ଉପସ୍ଥିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.