Meloni: ମେଲୋନିଙ୍କୁ ଭେଟିଲେ ଚନ୍ଦ୍ରଶେଖରନ୍‌

12 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଇଟାଲୀର ବାଣିଜ୍ୟିକ ଯାନ ନିର୍ମାତା ଇଭୋକୋକୁ ଟାଟା ମୋଟର୍ସ ଅଧିଗ୍ରହଣ କରିବା ପରେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ରୋମସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମେଲୋନିଙ୍କୁ ଚନ୍ଦ୍ରଶେଖରନ୍‌ ଭେଟିବା ସମୟରେ ଇଭୋକୋ ଅଧିଗ୍ରହଣ ସମ୍ପର୍କିତ ଆଲୋଚନା ପ୍ରମୁଖ ପ୍ରସଙ୍ଗ ରହିଥିଲା।

ଆହୁରି ପଢନ୍ତୁ :Jail: ସୁପ୍ରିମକୋର୍ଟରେ ଆଜମ ଖାନ୍‌ କହିଲେ ମୁଁ ଜେଲ୍‌ରେ ମରିଯିବି : ଶୁଣାଣି ପାଇଁ କୋର୍ଟ ମନାକଲେ

ଇଭୋକୋର ଭବିଷ୍ୟତ ଯୋଜନା ସମ୍ପର୍କରେ ଚନ୍ଦ୍ରଶେଖରନ୍‌ ମେଲୋନିଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରିଥିଲେ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୦ ତାରିଖରେ ଇଭେକୋର ୮୯.୪୨ ପ୍ରତିଶତ ଅଂଶଧନକୁ ୩.୪୩ ବିଲିୟନ ୟୁରୋରେ ଟାଟା ମୋଟର୍ସ ଅଧିଗ୍ରହଣ କରିଥିବା ଘୋଷଣା କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.