ARTICLE AD BOX
୧୯୮୬ ମସିହାରେ ୟୁକ୍ରେନ୍ର ଚେର୍ନୋବିଲ୍ ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ଘଟିବା ପରେ ଉକ୍ତ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ତେଜସ୍କ୍ରିୟ ବିକିରଣ ଜାରି ରହିଛି। ଏହି ବିକିରଣ ପ୍ରାୟ ସବୁ ଜୀବ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ। ସେଥିପାଇଁ ସେହି ଶକ୍ତି କେନ୍ଦ୍ର ଭିତରକୁ ମଣିଷ କିମ୍ବା କୌଣସି ପ୍ରାଣୀଙ୍କ ପ୍ରବେଶ ନିଷେଧ କରାଯାଇଛି। ତେବେ ଚାଳିଶ ବର୍ଷ ମଧ୍ୟରେ କେତେକ ଜୀବ ସେହି ବିପଜ୍ଜନକ ପରିବେଶ ସହ ଖାପଖୁଆଇ ତିଷ୍ଠି ରହିବା ଶିଖିଗଲେଣି। ନିକଟରେ ବୈଜ୍ଞାନିକମାନେ ସେହି ଶକ୍ତି କେନ୍ଦ୍ରକୁ ଘୋଡ଼ାଇ ରଖାଯାଇଥିବା ବିଶାଳ ଧାତବ ଢାଞ୍ଚାରୁ ଏକ କଳା ଫିମ୍ପି ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା ବିକିରଣ ଯୋଗୁଁ ଅଧିକ ତୀବ୍ର ଗତିରେ ବଂଶ ବିସ୍ତାର କରୁଛି। ଏହି ଫିମ୍ପିର ବୈଜ୍ଞାନିକ ନାମ ‘କ୍ଲାଡୋସ୍ପୋରିଅମ୍ ସ୍ଫେରୋସ୍ପର୍ମମ୍’।
Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା
ଏହାର କଳା ରଙ୍ଗ ପାଇଁ ଦାୟୀ ‘ମେଲାନିନ୍’ କଣିକା ଯୋଗୁଁ ଏହା, ଉଦ୍ଭିଦ ସୂର୍ଯ୍ୟରୁ ଶକ୍ତି ଆହରଣ କରିବା ଭଳି, ତେଜସ୍କ୍ରିୟ ବିକିରଣରୁ ଶକ୍ତି ଆହରଣ କରୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ସେମାନେ ଏହି ପ୍ରକ୍ରିୟାକୁ ‘ରେଡିଓସିନ୍ଥେସିସ୍’ ନାମରେ ନାମିତ କରିଛନ୍ତି। ତେବେ ଏହା ପଛର ସଂପୂର୍ଣ୍ଣ ଜୈବିକ ପ୍ରକ୍ରିୟାଟି ଏ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି। ଏହି ଫିମ୍ପି ବିକିରଣକୁ ଛାଣି ନେଉଥିବାରୁ ଭବିଷ୍ୟତରେ ଏହାକୁ ମହାକାଶଚାରୀଙ୍କୁ ମହାକାଶୀୟ ବିକିରଣରୁ ସୁରକ୍ଷା ଦେବା ଲାଗି ବ୍ୟବହାର କରାଯାଇପାରିବ ବୋଲି ଆଶା ସଞ୍ଚାର ହୋଇଛି।

1 month ago
19


