ARTICLE AD BOX
/sambad/media/media_files/2026/08/10/whatsapp-image-2026-08-10-22-15-17.jpeg)
1/5
୧୯୫୨ ମସିହାରୁ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା କଳା ବିକାଶ କେନ୍ଦ୍ର ଆଜି ମଧ୍ୟ ନୂତନ ପିଢ଼ିକୁ ଶାସ୍ତ୍ରୀୟ କଳା ପ୍ରତି ଆକୃଷ୍ଟ କରିବା ସହିତ ଏହାର ସମୃଦ୍ଧ ପରମ୍ପରାକୁ ଆଗେଇ ନେବାରେ ନିଜର ଭୂମିକା ଜାରି ରଖିଛି। ‘ନୃତ୍ୟୋଦ୍ଭବ’ ଏହି ଗୌରବମୟ ଯାତ୍ରାର ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଗଣିତ ହୋଇଛି।
/sambad/media/media_files/2026/08/10/whatsapp-image-2026-08-10-22-16-06.jpeg)
2/5
ଏହି ଅବସରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ. ଚନ୍ଦ୍ରଶେଖର ହୋତା, ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/media_files/2026/08/10/whatsapp-image-2026-08-10-22-16-53.jpeg)
3/5
ମୁଖ୍ୟ ଅତିଥି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କଳା ବିକାଶ କେନ୍ଦ୍ରର ଦୀର୍ଘ ସାଂସ୍କୃତିକ ଯାତ୍ରା, ଏହାର ଗୌରବମୟ ପରମ୍ପରା ଓ ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ଏହାର ଅବଦାନକୁ ସ୍ମରଣ କରି ପ୍ରଶଂସା କରିଥିଲେ। ସେହିପରି ଡ. ଚନ୍ଦ୍ରଶେଖର ହୋତା ମଧ୍ୟ କଳା ବିକାଶ କେନ୍ଦ୍ରର ଅତୀତର ଗୌରବମୟ ପ୍ରତିଷ୍ଠା, କଳାକାର ଓ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବାରେ ଏହାର ଭୂମିକା ଏବଂ ଓଡ଼ିଶାର ଶାସ୍ତ୍ରୀୟ କଳାର ବିକାଶରେ ଏହାର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
/sambad/media/media_files/2026/08/10/whatsapp-image-2026-08-10-22-17-31.jpeg)
4/5
ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ରନାଥ ମହାନ୍ତି ତାଙ୍କ ବକ୍ତବ୍ୟରେ କଳା ବିକାଶ କେନ୍ଦ୍ର ସହିତ ତାଙ୍କର ଦୀର୍ଘ ଅନୁଭୂତି ଓ ଅନୁଷ୍ଠାନର ବିକାଶ ଯାତ୍ରାର ବିଭିନ୍ନ ସ୍ମରଣୀୟ ଅନୁଭବ ସମ୍ପର୍କରେ ଉଲ୍ଲେଖ କରିଥିଲେ। କଳା ବିକାଶ କେନ୍ଦ୍ରର ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଏହାକୁ ଆହୁରି ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଶିଷ୍ଟ ଲେଖକ ଓ ସାହିତ୍ୟିକ ଡକ୍ଟର ବିଭୁତି ପଟ୍ଟନାୟକ ଓ କଳା ବିକାଶ କେନ୍ଦ୍ରର ଟ୍ରଷ୍ଟି ତଥା ବାରିଷ୍ଟ ଆଜୀବନ ସଭ୍ୟ ରାଜ କିଶୋର କ୍ୟାଲ ଙ୍କୁ ‘ନୃତ୍ୟୋଦ୍ଭବ’ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/media_files/2026/08/10/whatsapp-image-2026-08-10-22-17-54.jpeg)
5/5
ଏହି ଅବସରରେ ଅନୁଷ୍ଠାନର ସଭାପତି ଡ. ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ଦାଶ ଏବଂ ଏ.ଓ. ରବୀନ୍ଦ୍ରନାଥ ଜଟଙ୍କ ସକ୍ରିୟ ସହଯୋଗ ଓ ପରିଚାଳନାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସଭା ପରେ କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କଳା ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

1 hour ago
2


