ARTICLE AD BOX
ନୂଆଦିଲ୍ଲୀ: ଗହଣା ପିନ୍ଧିବାର ସଉକ୍ କାହାକୁ ବା ନଥାଏ! ହେଲେ ଗହଣା ଯେତେବେଳେ ଫ୍ୟାଶନ୍ ନୁହେଁ, ବିବାଦର କାରଣ ପାଲଟେ, ସେତେବେଳେ ଚର୍ଚ୍ଚା ହେବା ସ୍ୱାଭାବିକ। ଏବେ ଠିକ୍ ସେମିତି ଏକ ପୁରୁଣା ଗହଣାକୁ ନେଇ ବିବାଦରେ ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍। ଦୀପାବଳି ପାର୍ଟିରେ ପିନ୍ଧିଥିବା ୨୦୦ ବର୍ଷ ପୁରୁଣା ଏକ ପେଣ୍ଡାଣ୍ଟ ଏବେ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଏପରିକି ମାମଲା ଲିଗାଲ ନୋଟିସ୍ ପର୍ଯ୍ୟନ୍ତ ପହଞ୍ଚିଛି। ଦୀପାବଳି ଅବସରରେ ଏକ ଗ୍ରାଣ୍ଡ ପାର୍ଟିରେ ଯୋଗ ଦେଇଥିଲେ କରିନା। ଏହି ସମୟରେ ତାଙ୍କ ରାଜକୀୟ ଲୁକ୍ ସମସ୍ତଙ୍କ ନଜର ଟାଣିଥିଲା। ହେଲେ ତାଙ୍କ ଆଉଟଫିଟ୍ ଅପେକ୍ଷା ଗଳାରେ ଥିବା ପେଣ୍ଡାଣ୍ଟ ଏବେ ଅଧିକ ଚର୍ଚ୍ଚାରେ। କରିନାଙ୍କ ଷ୍ଟାଇଲିଷ୍ଟ ରିୟା କପୁର ସୋସିଆଲ ମିଡିଆରେ ଏହି ଗହଣାର ଫଟୋ ସେୟାର କରିଥିଲେ। ଏହା ପ୍ରାୟ ୨୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି।
ଏଥିରେ ୩୦ କ୍ୟାରେଟ୍ର ପନ୍ନା ମଧ୍ୟ ରହିଛି। ଆଉ ଏହା ଉପରେ ଖୋଦେଇ ହୋଇଛି ପବିତ୍ର କୁରାନର ଆୟତୁଲ କୁର୍ସି। ଏହି ଗହଣାଟି ଭୋପାଳର ବେଗମ୍ଙ୍କ ରାଜକୀୟ ପରିବାରର ଐତିହ୍ୟ ବୋଲି ରିୟା କପୁର ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହା କରିନାଙ୍କ ନିଜସ୍ୱ ପାରିବାରିକ ସମ୍ପତ୍ତି। ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍ଙ୍କ ପରିବାର ପକ୍ଷରୁ ତାଙ୍କୁ ଏହି ଗହଣା ମିଳିଛି। କରିନାଙ୍କ ଜେଜେମା' ସାଜିଦା ସୁଲତାନ ଭୋପାଳର ଶେଷ ନବାବଙ୍କ ଝିଅ ଥିଲେ। ତେଣୁ ଏହି ଗହଣାର ଐତିହାସିକ ମୂଲ୍ୟ ମଧ୍ୟ ରହିଛି। ହେଲେ ଏହି ପେଣ୍ଡାଣ୍ଟକୁ ଫ୍ୟାଶନ୍ ଆସେସରି ଭାବେ ପିନ୍ଧିବାକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ଅବ୍ବାସ ହଫିଜ୍।PawanKalyan: ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ
ତାଙ୍କ କହିବା ଅନୁସାରେ, ଏଥିରେ ଥିବା ଆୟତୁଲ କୁର୍ସି ମୁସଲିମ୍ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପବିତ୍ର। ଏହାର ଧାର୍ମିକ ମହତ୍ତ୍ୱ ରହିଛି। ତେଣୁ ଏହାକୁ କେବଳ ଫ୍ୟାଶନ୍ ଗହଣା ଭାବେ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହି କାରଣରୁ ସେ କରିନାଙ୍କୁ ଲିଗାଲ ନୋଟିସ୍ ପଠାଇବା ସହ ମୁସଲିମ୍ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ତେବେ ଏହି ମାମଲାରେ ଏଯାଏଁ କରିନା କପୁର ଖାନ୍ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଅନ୍ୟପଟେ ଅବ୍ବାସ ହଫିଜ୍ କହିଛନ୍ତି, ସେ ଜଣେ ରାଜନେତା ଭାବେ ନୁହେଁ, ବରଂ ମୁସଲିମ୍ ସମ୍ପ୍ରଦାୟର ଜଣେ ସଦସ୍ୟ ଭାବେ ଏହି ନୋଟିସ୍ ପଠାଇଛନ୍ତି। ଏବେ ୨୦୦ ବର୍ଷର ରାଜକୀୟ ଐତିହ୍ୟ, ଧାର୍ମିକ ଭାବନା ଓ ଫ୍ୟାଶନ୍କୁ ନେଇ ଆରମ୍ଭ ହୋଇଛି ନୂଆ ବିତର୍କ। ତେବେ ଏହି ବିବାଦରେ କରିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ, ତାହା ଉପରେ ନଜର।

50 minutes ago
1


