Fake Court Orders: ନକଲି ହାଇକୋର୍ଟ ନିର୍ଦ୍ଦେଶନାମା ବଳରେ ବ୍ଲକ୍ ହେଲା ୧୨୯ ୱେବସାଇଟ୍

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ରାଜସ୍ଥାନ ଓ ଆହ୍ଲାବାଦ ହାଇକୋର୍ଟଙ୍କ ନକଲି ନିର୍ଦ୍ଦେଶନାମା ପ୍ରସ୍ତୁତ କରି କେନ୍ଦ୍ର ଦୂରସଞ୍ଚାର ବିଭାଗ (ଡିଓଟି) କୁ ଭ୍ରମିତ କରାଯିବା ସହ ଦେଶରେ ୧୨୯ଟି ବେଟିଂ ସମ୍ବନ୍ଧୀୟ ୱେବସାଇଟ୍ ବ୍ଲକ୍ କରାଯାଇଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ''ରୟଟର୍ସ'' ର ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡ଼ିଛି ଯେ, ଗତ ଜୁଲାଇ ୨୧ ଏବଂ ସେପ୍ଟେମ୍ବର ୨ ତାରିଖରେ ଦୂରସଞ୍ଚାର ବିଭାଗ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି) ମାନଙ୍କୁ ଏହି ୱେବସାଇଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଉଭୟ ହାଇକୋର୍ଟଙ୍କ ସରକାରୀ ରେକର୍ଡ ଯାଞ୍ଚ କରିବା ପରେ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି ହୋଇନଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁଯାୟୀ, ଏହି ନକଲି ନିର୍ଦ୍ଦେଶନାମାଗୁଡ଼ିକୁ ଅସଲି ଭଳି ଦର୍ଶାଇବା ପାଇଁ ଏଥିରେ ଭାରତର ଜାତୀୟ ପ୍ରତୀକ ଥିବା ନୀଳ ରଙ୍ଗର କୋର୍ଟ ମୋହର ବ୍ୟବହାର କରାଯାଇଥିଲା। ଗତ ଜୁଲାଇ ୧୯ ତାରିଖ ରାତିରେ ''ଆର୍ଯ୍ୟନ ଚୌଧୁରୀ'' ନାମକ ଜଣେ ବ୍ୟକ୍ତି ନିଜକୁ ଆଡଭୋକେଟ୍-ଅନ୍-ରେକର୍ଡ ପରିଚୟ ଦେଇ ରାଜସ୍ଥାନ ହାଇକୋର୍ଟଙ୍କ ଏକ ନକଲି ନିର୍ଦ୍ଦେଶନାମା ଦୂରସଞ୍ଚାର ବିଭାଗକୁ ଇମେଲ୍ କରିଥିଲେ। ଏହାର ଆଧାରରେ ବିଭାଗ ୩୪ଟି ବେଟିଂ ୱେବସାଇଟ୍ ବ୍ଲକ୍ କରିଥିଲା। ରାଜସ୍ଥାନ ହାଇକୋର୍ଟ ପ୍ରଶାସନ ଏହି ଦସ୍ତାବିଜ୍ ସମ୍ପୂର୍ଣ୍ଣ ନକଲି ବୋଲି ସ୍ପଷ୍ଟ କରିବା ସହ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛନ୍ତି। 

ଗମ୍ଭୀର ଚିନ୍ତା ପ୍ରକାଶ
ସେହିପରି ଅଗଷ୍ଟ ୧୪ ତାରିଖର ଆହ୍ଲାବାଦ ହାଇକୋର୍ଟଙ୍କ ଆଉ ଏକ ନକଲି ଆଦେଶନାମା ବଳରେ ୯୫ଟି ୱେବସାଇଟ୍ ବନ୍ଦ କରାଯାଇଥିଲା। ଏନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ କୋର୍ଟର ଡିଜିଟାଲ୍ ସର୍ଭର ଓ ଡାଟାବେସ୍ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିବା ମାମଲା କୋର୍ଟରେ କେବେବି ପଞ୍ଜୀକୃତ ହୋଇନାହିଁ ଏବଂ ସମ୍ପୃକ୍ତ ବିଚାରପତି ଏଭଳି କୌଣସି ରାୟ ଦେଇନାହାନ୍ତି। ଏହି ଘଟଣାରେ କୋର୍ଟ ପ୍ରଶାସନ ପକ୍ଷରୁ ନଭେମ୍ବର ୬ ତାରିଖରେ ପ୍ରୟାଗରାଜର କ୍ୟାଣ୍ଟ ଥାନାରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। ନକଲି ନ୍ୟାୟିକ ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ର ଅପବ୍ୟବହାର ଏବଂ ସରକାରୀ ସ୍ତରରେ ଦସ୍ତାବିଜର ସତ୍ୟତା ଯାଞ୍ଚ ପ୍ରକ୍ରିୟାରେ ରହିଥିବା ଦୁର୍ବଳତାକୁ ନେଇ ଏବେ ଗମ୍ଭୀର ଚିନ୍ତା ପ୍ରକାଶ ପାଇଛି। ବର୍ତ୍ତମାନ ପ୍ରୟାଗରାଜ ପୁଲିସର ସାଇବର କ୍ରାଇମ୍ ଟିମ୍ ଏହି ଠକେଇ ପଛରେ ଥିବା ଅଭିଯୁକ୍ତ ଏବଂ ସେମାନଙ୍କ ଆଇପି ଆଡ୍ରେସ୍ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି।

Legal Notice to Kareena Kapoor: କରିନାଙ୍କ ୨୦୦ ବର୍ଷ ପୁରୁଣା ପେଣ୍ଡାଣ୍ଟକୁ ନେଇ ଝଡ଼! ଧାର୍ମିକ ଭାବନା ଆହତ ଅଭିଯୋଗ, ମିଳିଲା ଲିଗାଲ ନୋଟିସ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.