Attack: ଗାଜାରେ ପୁଣି ଇସ୍ରାଏଲର ବୋମା ମାଡ଼, ଜଣେ ସର୍ଜନଙ୍କ ସମେତ ୬ ମୃତ୍ୟୁ, ୨୦ ଆହତ

1 hour ago 2
ARTICLE AD BOX

ଜେରୁସାଲେମ: ଦକ୍ଷିଣ ଗାଜାରେ ନାସେର ହସ୍ପିଟାଲର ଏକ କୋଠା ଉପରେ ଗୁରୁବାର ପ୍ରତ୍ୟୁଷରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି। ଏଥିରେ ଜଣେ ସର୍ଜନଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଥିବା ଗାଜାର ସିଭିଲ ଡିଫେନ୍ସ ସର୍ଭିସର ମୁଖପାତ୍ର କହିଛନ୍ତି। 

ଇସ୍ରାଏଲୀ ସେନା ଖାନ ୟୁନିସରେ ଥିବା ହସ୍ପିଟାଲ ଭିତରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବା ଅଭିଯୋଗ କରି କହିଛି ଆମର ଏୟାର ଷ୍ଟ୍ରାଇକରେ ହମାସର ଜଣେ ବରିଷ୍ଠ ଆତଙ୍କବାଦୀ ଏବଂ ଗୋଷ୍ଠୀର ସଶସ୍ତ୍ର ଶାଖାର ଅନ୍ୟ ସଦସ୍ୟଙ୍କୁ ଟାର୍ଗେଟ କରାଯାଇଥିଲା। କମାଣ୍ଡ ସେଣ୍ଟରରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରିବା, ଏକ କମାଣ୍ଡ-ଏଣ୍ଡ କଣ୍ଟ୍ରୋଲ ରୁମ୍ ପରିଚାଳନା କରିବା ଏବଂ ହସ୍ପିଟାଲକୁ ପର୍ଯ୍ୟବେକ୍ଷଣ ପୋଷ୍ଟ ଏବଂ ହମାସ ସଦସ୍ୟଙ୍କ ପାଇଁ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଉଥିବା ଇସ୍ରାଏଲ କହିଛି।

ସର୍ଜରୀ ବିଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ
ରଏଟର୍ସ ରିପୋର୍ଟ ଅନୁଯାୟୀ, ଗାଜାର ନାଗରିକ ପ୍ରତିରକ୍ଷା ବିଭାଗର ମୁଖପାତ୍ର ମହମୁଦ ବାସଲ କହିଛନ୍ତି ଯେ, ଇସ୍ରାଏଲୀ ଆକ୍ରମଣରେ ହସ୍ପିଟାଲର ସର୍ଜରୀ ବିଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ହସ୍ପିଟାଲ କର୍ମଚାରୀମାନେ ମୃତ ସର୍ଜନଙ୍କୁ ରେଜିକ୍ ଆବୁଶିରା ବୋଲି ଚିହ୍ନଟ କରିଛନ୍ତି। ହମାସର ଜଣେ ମୁଖପାତ୍ର ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି। ଏହି ଅଞ୍ଚଳରେ ଆକ୍ରମଣକୁ ତୀବ୍ର କରିଥିବା ଇସ୍ରାଏଲ କହିଛି ଯେ, ହମାସ ପୁନର୍ବାର ସଂଗଠିତ ହେବାକୁ ଏବଂ ନିଜର ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ପୂରଣ କରିବାକୁ ଚେଷ୍ଟା କରୁଛି। ହମାସ ଅଭିଯୋଗ କରିଛି, ଏକ ବର୍ଷ ପୂର୍ବେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଇସ୍ରାଏଲ ଚୁକ୍ତିନାମା ଉଲ୍ଲଂଘନ କରୁଛି।

Fake Court Orders: ନକଲି ହାଇକୋର୍ଟ ନିର୍ଦ୍ଦେଶନାମା ବଳରେ ବ୍ଲକ୍ ହେଲା ୧୨୯ ୱେବସାଇଟ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.