ARTICLE AD BOX
ଟୋକିଓ: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଓ କିଦାମ୍ବି ଶ୍ରୀକାନ୍ତ ଚଳିତ ଜାପାନ ମାଷ୍ଟର୍ସ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍ରେ ଲକ୍ଷ୍ୟ ୨୧-୮, ୨୧-୧୪ରେ ଚୀନ୍ର ଡୋଙ୍ଗ ତିଆନ୍ ୟାଓଙ୍କୁ ପରାସ୍ତ କରିଥିଲେ। ଜର୍ମାନୀରେ ହାଇଲୋ ଓପନ୍ ଜିତିଥିବା ୨୫ ବର୍ଷୀୟ ଲକ୍ଷ୍ୟ ପରବର୍ତ୍ତୀ ରାଉଣ୍ଡରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାନାଡାର ଭିକ୍ଟର ଲାଇଙ୍କୁ ଭେଟିବେ।
ଅନ୍ୟଏକ ପୁରୁଷ ଏକକ ମୁକାବିଲାରେ ଶ୍ରୀକାନ୍ତ ୨୧-୧୫, ୧୧-୨୧, ୨୧-୧୮ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଜାପାନର କୋଡାଇ ନାରୋଓକାଙ୍କୁ ହରାଇଛନ୍ତି। ତେବେ ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ପୁରୁଷ ଯୁଗଳ ଯୋଡ଼ି ହରିହରନ ଆମସାକାରୁନାନ୍ ଓ ଏମ୍ଆର୍ ଅର୍ଜୁନ ନିଜ ନିଜ ମ୍ୟାଚ୍ ହାରି ବିଦାୟ ନେଇଛନ୍ତି। ବିଶ୍ବ କାଂସ୍ୟ ବିଜୟିନୀ ତ୍ରିଶା ଓ ଗାୟତ୍ରୀ ୧୪-୨୧, ୧୪-୨୧ରେ ଜାପାନର ରିନ ଇୱାନାଗା ଓ କିଏ ନାକାନିଶିଙ୍କଠୁ ଏବଂ ହରିହରନ ଓ ଅର୍ଜୁନ ୧୪-୨୧, ୧୪-୨୧ରେ ସ୍ଥାନୀୟ ଯୋଡ଼ି ଆରୋନ ଚିଆ ଓ ସୋ ଓଇଙ୍କଠୁ ପରାସ୍ତ ହୋଇଛନ୍ତି।
Cricket: ଶୁକ୍ରବାର ଚତୁର୍ଥ ଦିନିକିଆ: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

1 hour ago
2


