Protest: ପଥର କୁଆଁରୀ-କ୍ରସରକୁ ନେଇ ବଢୁଛି ଅସନ୍ତୋଷ; ଅନୁମତି ବାତିଲ୍ ଦାବି

1 hour ago 1
ARTICLE AD BOX

ଛତ୍ରପୁର (ବସନ୍ତ ମହାରଣା): ଗଞ୍ଜାମଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପଥର କୁଆଁରୀ ଓ କ୍ରସରକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ପରିବେଶ ପ୍ରଦୂଷଣ, ଚାଷଜମିର କ୍ଷତି, ଜନବସତି ପ୍ରତି ବିପଦ ଏବଂ ସରକାରୀ ଜମି ଜବରଦଖଲ ଭଳି ସଙ୍ଗିନ ଅଭିଯୋଗ ଆଣି କ୍ରସର ଓ ପଥର କୁଆଁରୀର ଅନୁମତି ବାତିଲ୍ ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ। ଏନେଇ ଗୁରୁବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେମାନେ l  

ପ୍ରାୟ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ କ୍ରସର ଓ କୁଆଁରୀ କାର୍ଯ୍ୟକୁ ନେଇ ସମସ୍ୟା ଲାଗି ରହିଛି। ଏ ସମ୍ପର୍କରେ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଞ୍ଚଳ ବାସି ମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନକରିବା ଅଭିଯୋଗରେ ଏକ ପଥର କ୍ରସର ପ୍ରକଳ୍ପକୁ ଅନୁମତି ମିଳିନଥିବା ବେଳେ ସେହି ସ୍ଥାନରେ ଏସ୍‌ଡିଆର୍‌ କ୍ରସରକୁ କିପରି ଅନୁମତି ମିଳିଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତିl 

63 villages: ନଦୀ ଆଁରେ ୬୩ ଗାଁ: କୂଳ ଖାଉଛି ଜମି, ନିଶ୍ଚିହ୍ନ ହେବ ଜନବସତି

କ୍ରସରଟି ଶିକ୍ଷାନୁଷ୍ଠାନ ଓ ଜନବସତିଠାରୁ ନିୟମ ଅନୁଯାୟୀ ଦୂରତାରେ ରହିଛି କି ନାହିଁ, ଏହାଦ୍ୱାରା ଚାଷଜମି ଓ ଜଳସେଚନ ବ୍ୟବସ୍ଥା ପ୍ରଭାବିତ ହେଉଛି କି ନାହିଁ, ତାହାର ଯାଞ୍ଚ ଦାବି ହୋଇଛି। ସେହିପରି ପିଡବ୍ଲ୍ୟୁଡି ରାସ୍ତା ଓ କ୍ରସର ମଧ୍ୟରେ ଥିବା ଜଳସେଚନ କେନାଲର ସୁରକ୍ଷା ସହ ରାସ୍ତାଠାରୁ ଆବଶ୍ୟକ ଦୂରତା ରକ୍ଷା କରାଯାଇଛି କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଖାଲି ସେତିକି ନୁହଁ ସରକାରୀ ଜମି ଜବରଦଖଲ, ଅନୁମତିପ୍ରାପ୍ତ ଅଞ୍ଚଳକୁ ଘେରି ବେଆଇନ ପାଚେରି ନିର୍ମାଣ ଏବଂ ବ୍ୟକ୍ତିଗତ ଘର ତିଆରି ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ସରଜମିନ ତଦନ୍ତ କରି ଜମିର ପ୍ରକୃତ ସ୍ଥିତି ଓ ନିର୍ମାଣର ବୈଧତା ଯାଞ୍ଚ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ବେଳେ ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ଅର୍ଜୁନ ବେହେରା ଓ ପ୍ରସନ୍ନ କୁମାର ବିଷୋୟୀ ଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେl

Read Entire Article
LEFT SIDEBAR AD

Hidden in mobile, Best for skyscrapers.