Khordha Land Fraud Case: ଜମି ଜାଲିଆତି ମାମଲା; ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟରେ ଡିଟିପି ଅପରେଟର ବହିଷ୍କୃତ

1 hour ago 2
ARTICLE AD BOX

ଭୁବନେଶ୍ୱର: ଜମି ଜାଲିଆତି ମାମଲାରେ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧାଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପ୍ରୟାଗ ଗୌଡ଼ଙ୍କୁ ପୁଲିସ ଗିରଫ କରିଛି। ଏହାପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । 

ରାଉରକେଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ୧୫ ଦିନ ଧରି ଜମି କିଣାବିକା ବନ୍ଦ, ୨କୋଟିର ରାଜସ୍ୱ ହରାଇଲେଣି ସରକାର
ଉକ୍ତ ଡିଟିପି ଅପରେଟର ଏକ ଆଉଟ୍‌ ସେର୍ସିଂ କମ୍ପାନୀ ତରଫରୁ ନିଯୁକ୍ତି ପାଇଥିଲେ। ଉକ୍ତ କାର୍ଯ୍ୟାଳୟରେ ଜମି ପଞ୍ଜୀକରଣରେ ଜାଲିଆତି ଅଭିଯୋଗରେ ତାଙ୍କୁ ବଡ଼ଗଡ଼ ପୋଲିସ ଗିରଫ କରିଛି।  ନିଯୁକ୍ତି ଦେଇଥିବା ସଂସ୍ଥାକୁ ଡିଟିପି ଅପରେଟରଙ୍କୁ ଏଠାରୁ ବହିଷ୍କୃତ କରିବା ପାଇଁ ଖୋର୍ଦ୍ଧା  ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପରାମର୍ଶ ଦେଇଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।  

ଉପନିବନ୍ଧକ କାର୍ଯ୍ୟାଳୟର ଲାଞ୍ଚୁଆ ବାବୁଙ୍କୁ ମାଡି ବସିଲା ଭିଜିଲାନ୍ସ
ଏଥି ସହ ଏହି ଜାଲିଆତି ମାମଲାରେ ସଂପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ସମୟରେ ଉଭୟ କର୍ମଚାରୀ ଖୋରଧା ଡେପୁଟି କଲେକଫର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ ଏବଂ ବିନା ଅନୁମତିରେ ମହକୁମା ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.