Ballistic Missile: ମାସକୁ ୫୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରିପାରିବ ଇରାନ, ଭୂତଳ କ୍ଷେପଣାସ୍ତ୍ର ନଗରୀ ଉନ୍ମୋଚନ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଯୁଦ୍ଧରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସାମରିକ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଉଥିବା ବେଳେ ଏବେବି ନିଜର କ୍ଷେପଣାସ୍ତ୍ର ଶକ୍ତି ବଜାୟ ରଖିଛି ତେହେରାନ। ପ୍ରତି ମାସରେ ପ୍ରାୟ ୫୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାର କ୍ଷମତା ଇରାନର ରହିଛି। ଏହା ଯୁଦ୍ଧ ପୂର୍ବରୁ ଥିବା ଉତ୍ପାଦନ କ୍ଷମତାର ପ୍ରାୟ ଅଧା। ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟକୁ ଆଧାର କରି ବ୍ଲୁମବର୍ଗ ଏହି ତଥ୍ୟ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ଇରାନ ପାଖରେ ଏବେ ଅତିକମ୍‌ରେ ୧,୭୦୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି। ଏହା ସହିତ ହଜାର ହଜାର ଶାହେଦ୍‌ ଆକ୍ରମଣକାରୀ ଡ୍ରୋନ୍ ମଧ୍ୟ ଗଚ୍ଛିତ ଥିବା ଆକଳନ କରାଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ୪,୯୦୦ରୁ ଅଧିକ ଶାହେଦ୍ ଡ୍ରୋନ୍ ଏବଂ ଅତିକମ୍‌ରେ ୨,୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଛି ବୋଲି ବ୍ଲୁମବର୍ଗ ଇକୋନୋମିକ୍ସ ଆକଳନ କରିଛି।

ନୂଆ ଭୂତଳ ‘କ୍ଷେପଣାସ୍ତ୍ର ନଗରୀ’ର ଭିଡିଓ ଜାରି
ଏହି ସମୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ଏକ ନୂଆ ଭୂତଳ ‘କ୍ଷେପଣାସ୍ତ୍ର ନଗରୀ’ର ଭିଡିଓ ଜାରି କରିଛି। ଏଥିରେ ସଶସ୍ତ୍ର ବାହିନୀର ମୁଖ୍ୟ ଅଲି ଅବଦୋଲ୍ଲାହି ସୈନିକମାନଙ୍କୁ ସମ୍ବୋଧିତ କରି ଭବିଷ୍ୟତର ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ସାମ୍ନାକୁ ଆସିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଦେଇଛନ୍ତି। ତେବେ ଇରାନ ଉପରେ ଅବରୋଧ ଜାରି ରହିଛି। ହର୍ମୁଜ୍ ପ୍ରଣାଳୀ ଖୋଲିବା ଓ ଆମେରିକା ସହ ଆଲୋଚନା ପୁନଃ ଆରମ୍ଭ ପାଇଁ ଇରାନ ସାତଟି ସର୍ତ୍ତ ରଖିଛି। ଆମେରିକା ଏହାର ଜବାବ ଦେଇନଥିବା ଇରାନ ସଂସଦର ବାଚସ୍ପତି ମହମ୍ମଦ ବଘେର ଗାଲିବାଫ କହିଛନ୍ତି। ଯୁଦ୍ଧ ପୁଣି ଆରମ୍ଭ ହେଲେ ଟ୍ରମ୍ପଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

Attack: ଗାଜାରେ ପୁଣି ଇସ୍ରାଏଲର ବୋମା ମାଡ଼, ଜଣେ ସର୍ଜନଙ୍କ ସମେତ ୬ ମୃତ୍ୟୁ, ୨୦ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.