ଏସ୍‌ଆଇଆର୍‌କୁ ନେଇ ରାହୁଲଙ୍କୁ ଅମିତ ଶାହଙ୍କ ପ୍ରଶ୍ନ; ୧୦ ବର୍ଷରେ ୧୨ ସନ୍ତାନ ହୋଇପାରିବ କି ?

21 minutes ago 1
ARTICLE AD BOX

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶ୍ନ କରିଛନ୍ତି, ଜଣେ ବ୍ୟକ୍ତି ୧୦ ବର୍ଷ ମଧ୍ୟରେ ୧୨ଟି ସନ୍ତାନର ପିତା ହୋଇପାରିବ କି ? ଏସ୍‌ଆଇଆର୍‌ ସମୟରେ ଭୋଟର ତାଲିକାରେ ମିଳିଥିବା କେତେକ ଅସ୍ୱାଭାବିକ ତଥ୍ୟକୁ ନେଇ ସେ ଏହି ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି ।

ଅମିତ ଶାହ ଏସ୍‌ଆଇଆର୍‌କୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ସେ ପଚାରିଥିଲେ, ଭୋଟର ତାଲିକାରେ ଏପରି ନାମ ଅଛି ଯେଉଁଠାରେ ପୁଅ ତାଙ୍କ ପିତାଙ୍କଠାରୁ ବୟସରେ ବଡ ଏବଂ ୧୩୨ ଜଣ ଲୋକ ୬୦୦ ଗଜ ଘରେ ରୁହନ୍ତି । ଭୋଟର ତାଲିକା ଯାଞ୍ଚ ସମୟରେ କଂଗ୍ରେସର ବୁଥ୍ ସ୍ତରୀୟ ଅଧିକାରୀ ତାଙ୍କ ଦାୟିତ୍ୱକୁ ଠିକ୍ ଭାବରେ ପାଳନ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଶାହ କହିଛନ୍ତି ଯେ ନକଲି ନାମ ହଟାଇ ଭୋଟର ତାଲିକାକୁ ସଂଶୋଧନ କରିବା ନିର୍ବାଚନ ଆୟୋଗଙ୍କ କାମ ।

Jail: ସୁପ୍ରିମକୋର୍ଟରେ ଆଜମ ଖାନ୍‌ କହିଲେ ମୁଁ ଜେଲ୍‌ରେ ମରିଯିବି : ଶୁଣାଣି ପାଇଁ କୋର୍ଟ ମନାକଲେ

ଏହା ପୂର୍ବରୁ ହାଇଦ୍ରାବାଦରେ ଏକ ସଭାରେ ଶାହ ଏସ୍‌ଆଇଆର୍‌କୁ ବିରୋଧ କରୁଥିବା ବିରୋଧୀ ଦଳଗୁଡ଼ିକୁ ଘେରିଥିଲେ । ଭୋଟର ତାଲିକାରୁ ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବାକୁ କଂଗ୍ରେସ ବିରୋଧ କରୁଥିବା ସେ ଅଭିଯୋଗ କରିଥିଲେ । ଏସ୍‌ଆଇଆର୍‌ରେ ପ୍ରାୟ ୧୩ କୋଟି ନାମ ବାଦ୍‌ ପଡ଼ିଥିବା ରାହୁଲଙ୍କ ଦାବିକୁ ମଧ୍ୟ ସେ ଖଣ୍ଡନ କରିଥିଲେ । ଶାହଙ୍କ କହିବା ଅନୁଯାୟୀ, ଏହି ତାଲିକାରୁ ବାଦ୍‌ ପଡ଼ିଥିବା ନାମଗୁଡ଼ିକ ମଧ୍ୟରୁ ପ୍ରାୟ ୬.୧୫ କୋଟି ଭୋଟର ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । ପ୍ରାୟ ୨.୮ରୁ ୩ କୋଟି ଭୋଟରଙ୍କ ମୃତ୍ୟୁ ହୋଇଛି । ଏକ କୋଟି ନାମ ଏକାଧିକ ସ୍ଥାନରେ ରହିଥିବାରୁ ସେଗୁଡ଼ିକୁ ବାଦ୍‌ ଦିଆଯାଇଛି । ଏହା ବ୍ୟତୀତ ପ୍ରାୟ ୩ କୋଟି ନାମର କୌଣସି ବାସ୍ତବ ଅସ୍ତିତ୍ୱ ନ ଥିବା ସେ ଅଭିଯୋଗ କରିଛନ୍ତି । ଏହି ଶେଷ ବର୍ଗର ଭୋଟରଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଶାହ ଦାବି କରିଛନ୍ତି । ତେବେ ଏହି ଅଭିଯୋଗକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି ।

ଏହି ପ୍ରସଙ୍ଗରେ ଶାହ କହିଛନ୍ତି ଯେ, ଭୋଟର ତାଲିକାରେ ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ଭୋଟର ଓ ନକଲି ନାମ ରହିବା ଗଣତନ୍ତ୍ର ପାଇଁ ଉଚିତ ନୁହେଁ । ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ ଭୋଟ୍‌ ଦେବାର ଅଧିକାର ପାଇପାରିବେ ନାହିଁ । ତେଣୁ ଭୋଟର ତାଲିକାକୁ ଶୁଦ୍ଧ କରିବା ଆବଶ୍ୟକ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଏବଂ ଯୋଗ୍ୟ ଭୋଟରଙ୍କ ନାମ ମଧ୍ୟ ତାଲିକାରୁ ବାଦ୍‌ ପଡ଼ୁଥିବା କହିଛନ୍ତି । ଏହି ବିବାଦ ମଧ୍ୟରେ ଶାହ ରାହୁଲଙ୍କୁ ସଂସଦରେ ଏସ୍‌ଆଇଆର୍‌, ଇଭିଏମ୍‌ ଓ ଅନୁପ୍ରବେଶ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.