ARTICLE AD BOX
ନୂଆଦିଲ୍ଲୀ : ଜନନାୟକ ଏକ୍ସପ୍ରେସ୍ରେ ସିଟ୍ ବିବାଦ ଉଗ୍ର ରୂପଧାରଣ କରିଥିବାବେଳେ ଜିଆର୍ପି ପୁଲିସ ମାଡ଼ରେ ଜଣେ ମହିଳାଙ୍କ ମୁଣ୍ଡ ଫାଟିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେଲୱେ ପୁଲିସ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା, ତଳେ ପକାଇ ପିଟୁଥିବା ଓ ତାଙ୍କ ଝିଅମାନେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କ କପାଳରୁ ରକ୍ତ ବାହାରିଥିଲା, ଆଶ୍ଚର୍ଯ୍ୟ କରିଦେବା ପରି ଏହି ଘଟଣାଟି ଭିଡିଓରେ କଏଦ ହୋଇଛି । ଆହତ ମହିଳା ଓ ତାଙ୍କ ତିନି ଝିଅଙ୍କ ସମେତ ଛଅ ଜଣ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ବିବାଦ ପରେ ମହିଳା ଓ ତାଙ୍କ ଝିଅମାନେ ଅନ୍ୟ ଏକ ଟ୍ରେନ୍ ଚଢ଼ି ଚାଲିଯାଇଥିଲେ ବୋଲି ଜଣାପଡ଼ିଛି । ଘଟଣାଟି ନଭେମ୍ବର ୧୮ ତାରିଖରେ ଉତ୍ତର ପ୍ରଦେଶର ମୋରାଦାବାଦ ଷ୍ଟେସନରୁ ଟ୍ରେନ୍ ଛାଡିବାର କିଛି ସମୟ ପରେ ଘଟିଥିଲା । ଜନନାୟକ ଏକ୍ସପ୍ରେସ୍ (୧୫୨୧୧) ବିହାରର ଦରଭଙ୍ଗାରୁ ପଞ୍ଜାବର ଅମୃତସର୍ ଯାଉଥିବାବେଳେ ବୁଧବାର ସନ୍ଧ୍ୟାରେ ସିଟ୍କୁ ନେଇ ଦୁଇଟି ପରିବାର ମଧ୍ୟରେ ବିବାଦ ହୋଇଥିଲା ।
ଇରାକ୍ ବିଦ୍ୟୁତ୍ କେନ୍ଦ୍ରରେ ଗ୍ୟାସ ପାଇପ୍ ଲାଇନ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ୪ ମୃତ, ୩୫ ଆହତ
ସୂଚନା ଅନୁଯାୟୀ, ଜଣେ ମହିଳା ସିଟ୍ରେ ଶୋଇଥିବା ବେଳେ ଅନ୍ୟ ଜଣେ ମହିଳା ତାଙ୍କ ପିଲାକୁ କୋଳରେ ଧରି ବସିବା ପାଇଁ ସ୍ଥାନ ମାଗିଥିଲେ । ଏହି ଅନୁରୋଧ ପରେ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ଗଣ୍ଡଗୋଳରେ ପରିଣତ ହୋଇଥିଲା । ଡ୍ୟୁଟିରେ ଥିବା ଜିଆର୍ପି କନଷ୍ଟେବଳ ଲଳିତ ସାଗର ଓ ଅଜୟ କୁମାର ବିବାଦରେ ହସ୍ତକ୍ଷେପ କରି ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ ।
କିନ୍ତୁ ଜିଆର୍ପି ଅନୁଯାୟୀ, କିଛି ସମୟ ପରେ ବିବାଦ ପୁଣି ଆରମ୍ଭ ହୋଇଥିଲା । ମହିଳା ଓ ତାଙ୍କ ପରିବାର ସଦସ୍ୟ ପୁଲିସ ସହିତ ଖରାପ ବ୍ୟବହାର କରିବା ସହିତ ସେମାନଙ୍କୁ ଆକ୍ରମଣ କରିଥିଲେ । ଯାତ୍ରୀ ପୁଲିସ ୟୁନିଫର୍ମ ଚିରିଥିବା ମଧ୍ୟ ଅଭିଯୋଗ ହୋଇଛି । ମହିଳାଙ୍କ ପକ୍ଷରୁ ମଧ୍ୟ ପୁଲିସ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜିଆରପି ପୁଲିସ ଅଧୀକ୍ଷକ ଆଶୁତୋଷ ଶୁକ୍ଲା କହିଛନ୍ତି ଯେ, ଛଅ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୁଲିସ କହିଛି ଯେ, ଘଟଣା ସମୟରେ ଟ୍ରେନରେ ନିୟୋଜିତ କର୍ମଚାରୀମାନଙ୍କୁ ଆକ୍ରମଣ କରାଯାଇଥିଲା ।

7 hours ago
3


