ଇରାକ୍‌ ବିଦ୍ୟୁତ୍ କେନ୍ଦ୍ରରେ ଗ୍ୟାସ ପାଇପ୍‌ ଲାଇନ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ୪ ମୃତ, ୩୫ ଆହତ

7 hours ago 1
ARTICLE AD BOX

ବାଗଦାଦ୍‌ : ଶନିବାର ଦକ୍ଷିଣ ଇରାକର ବସରାର ଉତ୍ତରରେ ଥିବା ଏକ ବିଦ୍ୟୁତ୍ କେନ୍ଦ୍ରରେ ଗ୍ୟାସ୍‌ ପାଇପ୍‌ ଲାଇନରେ ବିସ୍ଫୋରଣପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଓ ୩୫ ଜଣ ଆହତ ହୋଇଛନ୍ତି । ନିଆଁ ନିକଟବର୍ତ୍ତୀ ଘରଗୁଡ଼ିକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ହର୍ଥା ବିଦ୍ୟୁତ କେନ୍ଦ୍ରରେ ସକାଳ ୬ଟାରେ ଘଟିଥିଲା । ବିଦ୍ୟୁତ କେନ୍ଦ୍ରକୁ ସଂଯୋଗ ହୋଇଥିବା ଗ୍ୟାସ ପାଇପଲାଇନ୍‌ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା । ନାଗରିକ ପ୍ରତିରକ୍ଷା ଦଳ ନିଆଁକୁ ନିୟନ୍ତ୍ରଣ କରିବା ପୂର୍ବରୁ ଘନ ଧୂଆଁ ଓ ନିଆଁ ସେହି ସ୍ଥାନରେ ବ୍ୟାପି ଯାଇଥିଲା ।

BSNL Recharge Plan: ଗ୍ରାହକମାନଙ୍କ ପାଇଁ ନୂତନ ଅଫର୍ ଆଣିଛି ବିଏସଏନଏଲ

ମୃତାହତ ବିଦ୍ୟୁତ କେନ୍ଦ୍ର ନିକଟରେ ଥିବା ଘରର ବାସିନ୍ଦା ବୋଲି ଜଣାପଡ଼ିଛି । କେତେକ ଲୋକ ପୋଡ଼ି ଯାଇଥିବାବେଳେ ଆଉ କିଛି ଲୋକ ବିଷାକ୍ତ ଧୂଆଁ ସେବନ କରିବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ନିଆଁ ଆଖପାଖର ଘରଗୁଡ଼ିକୁ ବ୍ୟାପି ଯିବାରୁ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ କରାଯାଇଥିଲା । ଘଟଣାସ୍ଥଳରୁ ମିଳିଥିବା ଚିତ୍ରଗୁଡ଼ିକ ଏକ ଗ୍ୟାସ୍ ପାଇପଲାଇନର କିଛି ଅଂଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବାର ଦେଖାଯାଉଛି ।

ପ୍ରଧାନମନ୍ତ୍ରୀ ଅଲି ଅଲ-ଜାଇଦି ବିସ୍ଫୋରଣର ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଘଟଣାଟି କାହିଁକି ଘଟିଲା ଓ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ । ଅଧିକାରୀମାନେ ତୁରନ୍ତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ପ୍ରକାଶ କରିନଥିଲେ କିମ୍ବା ଘଟଣାଟି ଯାନ୍ତ୍ରିକ ତ୍ରୁଟି, ରକ୍ଷଣାବେକ୍ଷଣ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ସହିତ ଜଡିତ କି ନାହିଁ ତାହା ସୂଚନା ଦେଇନାହାନ୍ତି । ହର୍ଥା ଷ୍ଟେସନ ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ସ୍ଥାପିତ ହୋଇଥିବାବେଳେ ଏହା ମାତ୍ର ୪୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିପାରୁଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.