ଇଥିଓପିଆରେ ପଣବନ୍ଦୀ ଥିବା ୩ ଗୁଜରାଟୀ ସୁରକ୍ଷିତ ଘରକୁ ଫେରିଲେ

36 minutes ago 1
ARTICLE AD BOX

ନୂଆଦିଲ୍ଲୀ : ଇଥିଓପିଆରେ ବେଆଇନ ଭାବେ ପଣବନ୍ଦୀ ଥିବା ଉତ୍ତର ଗୁଜରାଟର ୩ ଜଣ ବ୍ୟକ୍ତି ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି । ଏଜେଣ୍ଟ୍‌ମାନେ ସେମାନଙ୍କୁ ବେଆଇନ ଉପାୟରେ ଆମେରିକା ପଠାଇବାର ପ୍ରଲୋଭନ ଦେଖାଇ ନେଇଥିଲେ । ମେହସାନାର ଋତ୍ୱିକ୍ ଜନସାରି, ଗୋଜାରିଆର ମମତା ଚାବଡ଼ା ଓ ଗାନ୍ଧୀନଗରର ମୟୂରୀଙ୍କୁ ଇଥିଓପିଆରେ ପହଞ୍ଚିବା ପରେ ବନ୍ଧକ ରଖାଯାଇଥିଲା । ସେମାନଙ୍କ ମୁକ୍ତି ବଦଳରେ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା ।

New Hope for Oral Cancer ମୁଖ କର୍କଟ ବିରୋଧରେ ନୂଆ ଆଶା କୋଟାର୍ନାଇନ୍‌ : ଏନ୍‌ଆଇଟି ଓ ଆଇଜର୍‌ ଗବେଷକ ଦଳର ଗ‌ବେଷଣା

ଗୃହ ମନ୍ତ୍ରାଳୟର ହସ୍ତକ୍ଷେପ ଓ ପୁଲିସର ସହଯୋଗ ପରେ ତିନିଜଣ ମୁକ୍ତ ହୋଇ ମୁମ୍ବାଇ ଫେରିଥିଲେ । ସେଠାରୁ ପରିବାର ସଦସ୍ୟ ସେମାନଙ୍କୁ ଘରକୁ ନେଇଥିଲେ । ତିନିଜଣ ପରସ୍ପରର ସମ୍ପର୍କୀୟ ବୋଲି ଜଣାପଡ଼ିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ସେମାନେ ଅଳ୍ପେଶ ନାମକ ଜଣେ ସ୍ଥାନୀୟ ଏଜେଣ୍ଟ୍‌ଙ୍କ ସହାୟତାରେ ସେପ୍ଟେମ୍ବର ୨୦ରେ ଆମେରିକା ଯିବାକୁ ବାହାରିଥିଲେ ।

ସେପ୍ଟେମ୍ବର ୨୨ରେ ଜଣେ ମହିଳା ନିଜ ବାପାଙ୍କୁ ଫୋନ୍‌ କରି ସେମାନେ କାନାଡ଼ାରେ ପହଞ୍ଚିଥିବା କହିଥିଲେ । ଏହାପରେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନଥିଲା । ଏଜେଣ୍ଟ୍‌ ଜଣକ ଅନ୍ୟ ଜଣେ ମାଷ୍ଟର ଏଜେଣ୍ଟ୍‌ଙ୍କ ନିର୍ଦ୍ଦେଶରେ କାମ କରୁଥିଲା । ପ୍ରଥମେ ସେମାନଙ୍କୁ ଜୟପୁରରୁ ବିମାନ ଯୋଗେ ଆବୁଧାବି ନିଆଯାଇଥିଲା । ସେଠାରୁ ଇଥିଓପିଆର ରାଜଧାନୀ ଆଦିସ୍‌ ଆବାବାର ସ୍ୱାଜିଲାଣ୍ଡ ଷ୍ଟ୍ରିଟ୍‌ସ୍ଥିତ ଜିଏସ୍‌ଏଫ୍‌ ଶିବିରକୁ ନିଆଯାଇଥିଲା । ସେମାନଙ୍କ ପାଖରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୈଧ ଇ-ଭିସା ଥିଲା । ତେବେ ସେଠାରେ ସେମାନଙ୍କୁ ବନ୍ଧକ ରଖି ଅର୍ଥ ଦାବି କରାଯିବା ପରେ ପରିବାର ସଦସ୍ୟ ପୁଲିସର ସହାୟତା ଲୋଡ଼ିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.