ଇଣ୍ଡିମେଣ୍ଟରେ ଯୋଗ ଦେବାବାପାଇଁ ଟିମ୍‌ ଋତବ୍ରତ ପ୍ରସ୍ତୁତ; ମମତାଙ୍କୁ ହଟାଇବାପାଇଁ ସର୍ତ୍ତ

54 minutes ago 1
ARTICLE AD BOX

ମମତାଙ୍କୁ ଇଣ୍ଡି ମେଣ୍ଟରୁ ବାହାର କରିବା ଉପରେ ବିଚାର କରିବାପାଇଁ ଡିଟିସି ଚିଫ୍‌ ହ୍ବିପ୍‌ ଏମ୍‌ଡି ଅଖରୁଜ୍ଜମାନ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି । ମମତା ବିଜେପିକୁ ସୁହାଇବାଭଳି କାମ କରୁଛନ୍ତି ବୋଲି ଡିଟିସି ଚିଫ୍‌ ହ୍ବିପ୍‌ କହିଛନ୍ତି ।

 (Sambad) Mamata Photograph: (Sambad)

ନୂଆଦିଲ୍ଲୀ : ଭୋଟର ତାଲିକାର ଏସ୍‌ଆଇଆର (ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ତୀବ୍ର ରାଜନୈତିକ ବିବାଦ ମଧ୍ୟରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଡିଟିସି (ଡେମୋକ୍ରାଟିକ୍‌ ତୃଣମୂଳ କଂଗ୍ରେସ) ବିରୋଧୀ ଇଣ୍ଡିମେଣ୍ଟରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛି । କିନ୍ତୁ ଏହା ଏକ ସର୍ତ୍ତ ରଖିଛି ଏବଂ ତାହା ହେଉଛି ମମତା ବାନାର୍ଜୀ ମେଣ୍ଟରୁ ହଟି‌ବେ । ମମତାଙ୍କୁ ଇଣ୍ଡି ମେଣ୍ଟରୁ ବାହାର କରିବା ଉପରେ ବିଚାର କରିବାପାଇଁ ଡିଟିସି ଚିଫ୍‌ ହ୍ବିପ୍‌ ଏମ୍‌ଡି ଅଖରୁଜ୍ଜମାନ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି । ମମତା ବିଜେପିକୁ ସୁହାଇବାଭଳି କାମ କରୁଛନ୍ତି ବୋଲି ଡିଟିସି ଚିଫ୍‌ ହ୍ବିପ୍‌ କହିଛନ୍ତି ।

Arrest: କୋଲକାତା ଗ‌ଞ୍ଜେଇ ଚୋରା ଚାଲାଣ! ୩ ସନ୍ଦିଗ୍ଧ ବାଲାଂଦେଶୀ ମହିଳା ସହ ୪ ଗିରଫ

ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜେପିର ବି-ଟିମ୍‌ ଭଳି କାମ କରୁଛି ଏବଂ ଦଳ ଦାବି କରିଛି ଯେ ଅନେକ କ୍ଷେତ୍ରରେ ମମତାଙ୍କ ଦଳ ସଂସଦରେ ଶାସକ ଦଳକୁ ସହଯୋଗ କରିଛି । ଗୁରୁତ୍ବପୂର୍ଣ୍ଣ ‌ଭୋଟ୍‌ ସମୟରେ ଏହା ନିରବ ରହି ହେଉ କିମ୍ବା କକ୍ଷତ୍ୟାଗ କରି ଶାସକ ଦଳକୁ ସହଯୋଗ କରିଛି । ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଟିଏମ୍‌ସି ବିରୋଧୀ ମେଣ୍ଟକୁ ଦୁର୍ବଳ କରିଦେଇଛି । ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ଯେ ମମତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଶ୍ଚିମବଙ୍ଗରେ ପ୍ରଚାର କରାଇ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ କଠୋର ସମାଲୋଚନା କରିଛନ୍ତି । ଯେତେବେଳେ ବି ବିଜେପି ବିରୋଧରେ ଲଢ଼େଇ ତୀବ୍ର ହୋଇଛି ସେତେବେଳେ ସେ ମେଣ୍ଟରୁ ଦୁରେଇ ରହିଛନ୍ତି ବୋଲି ଅଖରୁଜ୍ଜମାନ ଅଭିଯୋଗ କରିଛନ୍ତି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.