ARTICLE AD BOX
ପୃଥିବୀରେ ଆସିବାକୁ ଥିବା ପରବର୍ତ୍ତୀ ହିମ ଯୁଗ ବା ‘ଆଇସ୍ ଏଜ୍’ର ଆରମ୍ଭକୁ ଜଳବାୟୁ ପରିବର୍ତ୍ତନ ଅଟକାଇ ଦେଇଥିବା ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ‘ସାଇନ୍ସ୍’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ପ୍ରାୟ ୨,୦୦୦ ବର୍ଷ ପୂର୍ବେ କାନାଡାର ଉତ୍ତର ଆର୍କଟିକ୍ ଅଞ୍ଚଳରେ ଏକ ବରଫ ଆବରଣ ବିସ୍ତାର ହେବା ଆରମ୍ଭ କରିଥିଲା। ଏହାକୁ ପରବର୍ତ୍ତୀ ହିମଯୁଗର ପ୍ରାରମ୍ଭିକ ସଙ୍କେତ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। କିନ୍ତୁ ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ୧୯୬୦ ମସିହା ବେଳକୁ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।
IMPC meeting: ପ୍ରଭାବୀ ଲୋକ ସମ୍ପର୍କ ପାଇଁ ସହାନୁଭୂତି ଏବଂ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି
କଲମ୍ବିଆ ବିଶ୍ୱବିଦ୍ୟାଳୟର ଲାମଣ୍ଟ-ଡୋହର୍ଟି ଆର୍ଥ ଅବଜରଭେଟୋରିର ଗବେଷକ ନିକୋଲାସ୍ ୟଙ୍ଗ୍ ଓ ଜୋଏର୍ଗ ସେଫରଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଥିଲା। ଗବେଷକମାନେ କାନାଡାର ବାଫିନ୍ ଦ୍ୱୀପରେ ଥିବା ବାର୍ନସ୍ ଆଇସ୍ କ୍ୟାପ୍ର ଅଧ୍ୟୟନ କରିଥିଲେ। ଏହା ହେଉଛି ପ୍ରାଚୀନ ଲରେଣ୍ଟାଇଡ୍ ବରଫ ଆବରଣର ଅବଶିଷ୍ଟ ଅଂଶ। ବରଫ ତଳେ ସୁରକ୍ଷିତ ରହିଥିବା ଉଦ୍ଭିଦର ଅବଶେଷକୁ କାର୍ବନ-୧୪ ପ୍ରଣାଳୀରେ ପରୀକ୍ଷା କରି ଗବେଷକମାନେ ବରଫର ବିସ୍ତାର ଓ ସଂକୋଚନର ସମୟ ନିର୍ଣ୍ଣୟ କରିଥିଲେ। ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରାୟ ୩,୦୦୦ ବର୍ଷ ପୂର୍ବେ ବରଫର ଆକାର ସବୁଠାରୁ କମ୍ ହୋଇଥିଲା। ଏହାପରେ ଥଣ୍ଡା ପରିବେଶ ଯୋଗୁଁ ପୁଣି ବରଫ ଜମା ହେବା ଆରମ୍ଭ କରିଥିଲା।
Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ
ତେବେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ଯୋଗୁଁ ୧୯୬୦ ମସିହାରୁ ବରଫ ତରଳିବା ଆରମ୍ଭ ହୋଇଥିଲା। ବୈଜ୍ଞାନିକଙ୍କ ମଡେଲ୍ ଅନୁସାରେ, ଆଗାମୀ କିଛି ଶତାବ୍ଦୀ ମଧ୍ୟରେ ଏହି ବରଫ ଆବରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ। ଗବେଷକଙ୍କ ମତରେ, ମାନବ ସୃଷ୍ଟ ଗ୍ରିନ୍ହାଉସ୍ ଗ୍ୟାସ୍ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ପୃଥିବୀର ପ୍ରାକୃତିକ ଜଳବାୟୁ ଚକ୍ରକୁ ପ୍ରଭାବିତ କରିଛି। ଏହି ଆବିଷ୍କାର ମାନବୀୟ କାର୍ଯ୍ୟକଳାପ କିପରି ପୃଥିବୀର ଦୀର୍ଘକାଳୀନ ଜଳବାୟୁ ପ୍ରକ୍ରିୟାକୁ ବଦଳାଇ ଦେଇପାରେ, ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।

44 minutes ago
1


