ARTICLE AD BOX
ଅଲ୍ ଆମେରାତ୍ (ଓମାନ): କଥାରେ ଅଛି ଯାହା ବାପା ଚଢ଼େ ଘୋଡ଼ା, ତା ପୁଅ ଥୋଡ଼ା ଥୋଡ଼ା। ଏହି ଉକ୍ତିଙ୍କୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ପୂର୍ବତନ ଭାରତୀୟ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହବାଗଙ୍କ ପୁଅ ଆର୍ଯ୍ୟବୀର ସେହବାଗ। ଆର୍ଯ୍ୟବୀର ନିଜ ପିତାଙ୍କ ଭଳି ନିର୍ଭୀକ ଏବଂ ଧମାକାଦାର ବ୍ୟାଟିଂ କରି ଭାରତକୁ ଚଳିତ ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ରେ ବହୁମୂଲ୍ୟ ବିଜୟ ଉପହାର ଦେଇଛନ୍ତି। ଓମାନର ଅଲ୍ ଆମେରାତ୍ଠାରେ ଖେଳାଯାଇଥିବା ମଙ୍ଗଳବାରର ଏହି ଗ୍ରୁପ୍‘ଏ’ ମ୍ୟାଚ୍ରେ ଆର୍ଯ୍ୟବୀରଙ୍କ ଆକ୍ରମଣାତ୍ମକ ପାଳି ବଳରେ ଭାରତ ୭୦ ରନ୍ରେ ୟୁଏଇକୁ ପରାସ୍ତ କରିଛି। ତା’ ସହିତ ପୂର୍ବ ମ୍ୟାଚ୍ରେ ପାକିସ୍ତାନଠାରୁ ହାରିଥିବା ଭାରତୀୟ ଯୁବ ବାହିନୀ ପୁଣି ବିଜୟ ଧାରାକୁ ଫେରିଛି।
IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା
୧୯ବର୍ଷରୁ କମ୍ ଏସିଆ କପ୍: ୭୦ ରନ୍ରେ ହାରିଲା ୟୁଏଇ
ଭାରତ ଦ୍ବାରା ରଖାଯାଇଥିବା ୩୧୦ ରନ୍ ଲକ୍ଷ୍ୟର ଜବାବରେ ୟୁଏଇ ୨୩୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅହମଦ ଖୁଦାଦାଦ୍ ୭୪ ଓ ନୁରୁଲ୍ଲା ଆୟୋବି ୩୯ ରନ୍ କରିଥିଲେ। ଭାରତ ପକ୍ଷରୁ ଇଶାନ ସୁଦ ୩୭ ରନ୍ ବ୍ୟୟ କରି ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି ବଡ଼ ବିଜୟ ପରେ ଭାରତ ଗ୍ରୁପ୍-ଏ’ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ରେ ପ୍ରବେଶ କରିଛି। ପାକିସ୍ତାନ ଗ୍ରୁପ୍ ଟପ୍ପର୍ ଭାବେ ଏହି ପର୍ଯ୍ୟାୟକୁ ଯାଇଛି। ସେହିଭଳି ଗ୍ରୁପ୍-ବି’ରୁ ଆଫଗାନିସ୍ତାନ ଓ ବାଂଲାଦେଶ ଯଥାକ୍ରମେ ବିଜେତା ଓ ଉପବିଜେତା ଭାବେ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ୧୨ ତାରିଖ ସେମିଫାଇନାଲ୍ରେ ପାକିସ୍ତାନ-ବାଂଲାଦେଶ ଏବଂ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହେବେ।
Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ
ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିବା ପରେ ଭାରତ ପାଇଁ ଏହି ମ୍ୟାଚ୍ କ୍ବାର୍ଟର ଫାଇନାଲ୍ ସଦୃଶ ଥିଲା। ସେମିଫାଇନାଲ୍ ପ୍ରବେଶ ଲାଗି ବିଜୟ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଭାରତ କିନ୍ତୁ ଟସ୍ ହାରି ଯାଇଥିଲା। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ କିନ୍ତୁ ୭ ୱିକେଟ୍ ହରାଇ ୩୦୯ ରନ୍ର ବଡ଼ ସ୍କୋର କରି ନେଇଥିଲା। ଓପନର ଲକ୍ଷ୍ୟ ରାଇଚନ୍ଦାନୀ (୧୭) ଶସ୍ତାରେ ପ୍ୟାଭିଲିୟନ ଫେରିବା ପରେ ଆର୍ଯ୍ୟବୀର ଓ ଭିକେ ବିନୀତ୍ ୧୯୩ ରନ୍ର ଏକ ଭାଗୀଦାର କରି ଭାରତକୁ ଏକ ସୁଦୃଢ ସ୍ଥିତିକୁ ନେଇଯାଇଥିଲେ। ସେହବାଗ ୧୬୦ ରନ୍ (୧୬୮ ବଲ୍, ୧୭ ଚୌକା, ୭ ଛକା) କରିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ୍ ହେବା ପରେ ମଧ୍ୟକ୍ରମ ବିଫଳ ହୋଇଥିଲା। ଗତ ମ୍ୟାଚ୍ରେ ଶତକ ଅର୍ଜନ କରିଥିବା ଅର୍ଜୁନ ରାଜପୁତ ମାତ୍ର ୪ ରନ୍ ଓ ପୂର୍ବତନ ଭାରତୀୟ ଅଧିନାୟକ ତଥା ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ବୟ ଦ୍ରାବିଡ଼ ୧୨ ରନ୍ କରିଥିଲେ। ଏହା ସତ୍ତ୍ବେ ଭାରତ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ୟୁଏଇ ପକ୍ଷରୁ ନସିମ ଖାଁ ୪୮ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ।

42 minutes ago
1


