ଆରଆରବି ସେକ୍ସନ କଣ୍ଟ୍ରୋଲର ପଦବି ପାଇଁ ନିଯୁକ୍ତି ଘୋଷଣା

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ସ୍ନାତକ ପାସ କରିଥିବା ଯୁବପିଢ଼ିଙ୍କ ପାଇଁ ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ରହିଛି। ଆରଆରବି ସେକ୍ସନ କଣ୍ଟ୍ରୋଲର ପଦବି ପାଇଁ ନିଯୁକ୍ତି ଘୋଷଣା କରିଛି। ଆବେଦନର ଶେଷ ତାରିଖ ଅଗଷ୍ଟ ୧୪ ରହିଛି। ଯଦି ଆପଣ କୌଣସି କାରଣରୁ ଫର୍ମ ପୂରଣ କରିବାରୁ ବଞ୍ଚିତ ହୋଇଛନ୍ତି, ତେବେ ତୁରନ୍ତ ସରକାରୀ ୱେବସାଇଟ୍ rrbapply.gov.in ରେ ଆବେଦନ ପ୍ରକ୍ରିୟା ପୁରଣ କରି ପାରିବେ। ନିର୍ଦ୍ଧାରିତ ତାରିଖ ପରେ ଆବେଦନ ୱିଣ୍ଡୋ ବନ୍ଦ ହୋଇଯିବ।

ସେକ୍ସନ କଣ୍ଟ୍ରୋଲର ପଦବି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବେ। ଏହା ସହିତ ୨୦୨୬  ଜୁଲାଇ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତି କମରେ ୨୦ ବର୍ଷ ଏବଂ ୩୩ ବର୍ଷରୁ ଅଧିକ ହେବ ନଥିବ। ଓବିସି ପାଇଁ ୩ ବର୍ଷ, ଏସସି/ଏସଟି ବର୍ଗଙ୍କ ପାଇଁ ୫ ବର୍ଷ ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗ ପାଇଁ ବୟସ ଛାଡ଼ର ସୁବିଧା ରହିଛି।

ଆବେଦନ ଫି

ଆବେଦନ କରିବା ସମୟରେ ଆପଣଙ୍କ ବର୍ଗ ଅନୁସାରେ ନିର୍ଦ୍ଧାରିତ ଫି ପ୍ରଦାନ କରିବା ବାଧ୍ୟତାମୂଳକ। ଫି ପ୍ରଦାନ ନକ‌ଲେ ଆପଣଙ୍କ ଫର୍ମ ଗ୍ରହଣ କରାଯିବ ନାହିଁ। ଅଣସଂରକ୍ଷିତ, ଓବିସି, ଏବଂ ଇଡବ୍ଲୁଏସ ବର୍ଗ ପାଇଁ ଫି ୫୦୦ ଏବଂ ଏସସି, ଏଟି, ପିଏଚ ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ୨୫୦ଟଙ୍କା ନିର୍ଦ୍ଧାରିତ। କମ୍ପ୍ୟୁଟର ଆଧାରିତ ପରୀକ୍ଷା ପରେ, ଅଣସଂରକ୍ଷିତ, ଓବିସି, ଏବଂ ଇଡବ୍ଲୁଏସ ପ୍ରାର୍ଥୀଙ୍କୁ ୪୦୦ଟଙ୍କା ଫେରସ୍ତ କରାଯିବ। ଏହି କ୍ରମରେ ଏସସି, ଏସଟି, ପିଏଚ ଏବଂ ମହିଳା ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଫି ଫେରସ୍ତ କରାଯିବ। 

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୧୯ ଖାଲି ଥିବା ପଦବି ପୂରଣ କରାଯିବ। ଏଥିମଧ୍ୟରୁ, ସାଧାରଣ ବର୍ଗ ପାଇଁ ୫୦ଟି ପଦବି ସଂରକ୍ଷିତ, ଇଡବ୍ଲୁଏସ ପାଇଁ ୦୯ଟି, ଓବିସି ପାଇଁ ୨୯ଟି, ଏସସି ପାଇଁ ୧୯ଟି ଏବଂ ଏସଟି ପାଇଁ ୧୨ଟି ପଦବି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.