ARTICLE AD BOX
ଗୋଟିଏ ପଟେ ମିଲେନିଆଲ୍ସ, ଅନ୍ୟପଟେ ଜେନ୍-ଜି। ଏହି ଦୁଇ ପିଢ଼ି ମଝିରେ ଅଛନ୍ତି ଏମିତି କିଛି ଲୋକ, ଯେଉଁମାନେ ନିଜକୁ କୌଣସି ଗୋଟିଏ ପିଢ଼ିର ପରିଚୟ ଭିତରେ ବାନ୍ଧି ରଖିବାକୁ ଚାହୁନାହାନ୍ତି। ୧୯୯୩ରୁ ୧୯୯୮ ମଧ୍ୟରେ ଜନ୍ମିତ ଏହି ପିଢ଼ିକୁ ଏବେ ଅନେକେ ‘ଜିଲେନିଆଲ୍ସ’ ବୋଲି କହୁଛନ୍ତି। ଏହା ମିଲେନିଆଲ୍ସ ଓ ଜେନ୍-ଜିର ମିଶ୍ରିତ ପରିଚୟ।
ଜିଲେନିଆଲ୍ସଙ୍କ ପିଲାଦିନ କଟିଛି ଏକ ଭିନ୍ନ ସମୟରେ। ସେତେବେଳେ ଘରେ ଲ୍ୟାଣ୍ଡ୍ଲାଇନ୍ ଫୋନ୍ ଥିଲା, କ୍ୟାସେଟ୍ ଓ ସିଡିରେ ଗୀତ ଶୁଣାଯାଉଥିଲା ଏବଂ ସାଙ୍ଗମାନଙ୍କ ସହ ଖେଳିବାକୁ ବାହାରକୁ ଯିବା ଏକ ସାଧାରଣ କଥା ଥିଲା। ଇଣ୍ଟର୍ନେଟ୍ ଓ ସ୍ମାର୍ଟଫୋନ୍ ସେମାନଙ୍କ ପିଲାଦିନର ଅବିଚ୍ଛେଦ୍ୟ ଅଂଶ ନଥିଲା।
କିନ୍ତୁ ବୟସ ବଢ଼ିବା ସହ ସେମାନେ ଦେଖିଲେ ପ୍ରଯୁକ୍ତିବିଦ୍ୟାର ବଡ଼ ପରିବର୍ତ୍ତନ। ଫିଚର୍ ଫୋନ୍ରୁ ସ୍ମାର୍ଟଫୋନ୍, ଏସ୍ଏମ୍ଏସ୍ରୁ ହ୍ୱାଟ୍ସଆପ୍ ଏବଂ ଅର୍କୁଟ୍ରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ ଯାତ୍ରାର ସେମାନେ ସାକ୍ଷୀ। ଅର୍ଥାତ୍, ଅଫ୍ଲାଇନ୍ ଦୁନିଆରେ ପିଲାଦିନ ବିତାଇଥିବା ଏହି ପିଢ଼ି ଡିଜିଟାଲ୍ ଦୁନିଆରେ ବଡ଼ ହୋଇଛି। ମିଲେନିଆଲ୍ସଙ୍କ ଅନେକ ଅନୁଭୂତି ସହ ସେମାନଙ୍କ ସାମଞ୍ଜସ୍ୟ ରହିଛି। ଅନ୍ୟପଟେ, ଜେନ୍-ଜିର ଇଣ୍ଟରନେଟ୍ ସଂସ୍କୃତି, ମିମ୍, ରିଲ୍ସ ଓ ସୋସିଆଲ୍ ମିଡିଆର ଟ୍ରେଣ୍ଡ୍ ସହ ମଧ୍ୟ ସେମାନେ ସହଜରେ ଯୋଡ଼ି ହୋଇପାରୁଛନ୍ତି। ଫଳରେ, ଦୁଇ ପିଢ଼ିର ଅନୁଭୂତି ସେମାନଙ୍କ ଜୀବନରେ ଏକାଠି ହୋଇଛି। ତେବେ ମନେ ରଖିବା କଥା ଯେ ‘ଜିଲେନିଆଲ୍ସ’ କୌଣସି ଆନୁଷ୍ଠାନିକ ଜନସାଂଖ୍ୟିକ
ବର୍ଗ ନୁହେଁ।

55 minutes ago
1


