Garbage: ଆବର୍ଜନା ବଳୟ‌ରେ ବେଣ୍ଟ ପୋଖରୀ

1 hour ago 1
ARTICLE AD BOX

ପୁରୀ: ବେଣ୍ଟ ପୋଖରୀ ଚତୁଃପାର୍ଶ୍ବ ପାଲଟିଛି ମୁକ୍ତ ଶୌଚାଳୟ। ବେଣ୍ଟ ପୋଖରୀର ପବିତ୍ରତାରେ ବାଧକ ସାଜିଛି ଆବର୍ଜନା। ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତିରେ ସୁସଜ୍ଜିତ ହୋଇଛି, କିନ୍ତୁ ପୋଖରୀ ଦାଢ଼ରେ ମଳ-ମୂତ୍ର ସବୁ ସାରିଦେଉଛନ୍ତି। ପୋଖରୀକୁ ଆବର୍ଜନା ନଯିବା ଲାଗି ନିକଟରେ ଦୁଇଟି ପଥର କୁଣ୍ଡର ଡଷ୍ଟବିନ୍‌ କରାଯାଇଛି, କିନ୍ତୁ ଏଥିରୁ ଅଳିଆ ଉଠୁନାହିଁ। ଏ କଥା ଆଜି କାଲିର ନୁହେଁ, ବରଂ ସବୁଦିନ ଏହି ବିଷମ ସମସ୍ୟା ସହ ଯୁଝେ ଏହି ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ। 

CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା

ଗତକାଲି ମାତ୍ର କେଇ ଘଣ୍ଟାର ବର୍ଷା ଏମିତି ଦାଉ ସାଧିଲା ଯେ ବେଣ୍ଟ ପୋଖରୀର ଚତୁଃପାର୍ଶ୍ବ ଜଳାର୍ଣ୍ଣବ ପାଲଟିଗଲା। ଏପରିକି ଶୌଚାଳୟକୁ ଯିବା ପାଇଁ ମଧ୍ୟ ପର୍ଯ୍ୟଟକଙ୍କୁ ପାଣିରେ ପଶି ଯିବାକୁ ପଡ଼ିଲା। ଏଣେ ପାଣି ଜମି ରହିବାରୁ ଉକ୍ତ ଡଷ୍ଟବିନର ଅଳିଆ ଭାସିଲା। ବହୁ ଅଳିଆ ଡଷ୍ଟବିନରୁ ଉବୁକି ବାହାରେ ପଡ଼ିଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀଜଗନ୍ନାଥ ବଲ୍ଲଭ ଏଣ୍ଡାଉମେଣ୍ଟ ଡଷ୍ଟବିନ୍‌ ଖାଲି କରୁନାହିଁ। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର କରି ପାର୍କରୁ ଭଲ ମୁନାଫା ଗୋଟାଉଛନ୍ତି, କିନ୍ତୁ ପରିସରର ପରିମଳ ବାବଦରେ ଖର୍ଚ୍ଚ କରିବାକୁ ବାବୁମାନଙ୍କ ହାତ ଯାଉନାହିଁ। ସତେ ଯେମିତି ହାତରୁ ଖର୍ଚ୍ଚ ହୋଇଯିବ। 

ମହାପ୍ରଭୁଙ୍କ ଲୀଳାଖେଳା ଅନୁଷ୍ଠିତ ହେଉଥିବା ବେଣ୍ଟ ପୋଖରୀ କୂଳ ପାଲଟିଛି ଅଘୋଷିତ ଶୌଚାଳୟ। ପୁଷ୍କରିଣୀ ପାର୍ଶ୍ବରେ ଦେବଦେବୀଙ୍କ ମୂର୍ତି ସ୍ଥାପିତ ହୋଇଛି। ଅଥଚ ଦେବାଦେବୀଙ୍କ ମୂର୍ତ୍ତି ସମ୍ମୁଖ ଭାଗରେ ମଦ ବୋତଲ ଗଡ଼ୁଛି। କଡ଼ରେ ପରିସ୍ରାର ଧାର ଛୁଟିଛି। ପୁଷ୍କରିଣୀ କଡ଼ରେ ଡମ୍ପିଂୟାର୍ଡ ସୃଷ୍ଟି ହୋଇଛି। କେବଳ ବସନ୍ତ ପଞ୍ଚମୀ ଆସିଲେ ବାବୁମାନଙ୍କର ବେଣ୍ଟ ବିନ୍ଧା ନୀତି ପାଇଁ ବେଣ୍ଟ ପୋଖରୀ ସଫା କରାଯାଏ, ଅନ୍ୟ ସମୟରେ ବେଣ୍ଟ ପୋଖରୀ ପ୍ରଦୂଷଣ ଜ୍ୱାଳା ସହି ପଡ଼ି ରହେ। ବେଣ୍ଟ ପୋଖରୀର ଚତୁଃପାର୍ଶ୍ବରେ ଲାଗିଥିବା ଆଲୋକମାଳା ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। କେଉଁ ଖୁଣ୍ଟିରେ ବଲ୍‌ବ ନାହିଁ ତ କେଉଁଠି ବିଦ୍ୟୁତ ବଲ୍‌ବ ସଂଯୋଗ ହୋଇଥିବା ଖୁଣ୍ଟି ଭାଙ୍ଗି ପଡ଼ିଲାଣି। ପୁଷ୍କରିଣୀର ଚତୁଃପାର୍ଶ୍ବରେ ବସିବା ପାଇଁ ପଥରରେ ବୈଠକୀ ତଥା ବେଞ୍ଚ ପ୍ରସ୍ତୁତ ହୋଇଛି। ମାତ୍ର ସେଥିମଧ୍ୟରୁ ଅନେକ ଭାଙ୍ଗିଗଲାଣି। ପୁଷ୍କରିଣୀର ମଧ୍ୟ ଭାଗରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ମଧ୍ୟ ଗାୟବ ହୋଇଗଲାଣି।

Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

କିଛି ବର୍ଷ ତଳେ ଜଗନ୍ନାଥ ବଲ୍ଲଭରେ ଲାଗି ରହିଥିବା ସ୍ବଚ୍ଛତା ସମସ୍ୟା ଦୂର କରିବା ପାଇଁ ପୌରପାଳିକା ପକ୍ଷରୁ ଏକ କମିଟି ଗଠନ ହୋଇଥିଲା। ତତ୍କାଳୀନ ପୌରପାଳିକା ଅତିରିକ୍ତ ନିର୍ବାହୀ ଅଧିକାରୀ, ଡେପୁଟି କଲେକ୍ଟର, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଟାଉନ ଥାନା ଆଇଆଇସି ପ୍ରମୁଖ ଉକ୍ତ କମିଟିରେ ଥିଲେ। ଜଗନ୍ନାଥବଲ୍ଲଭ ପରିସରକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। ଜଗନ୍ନାଥବଲ୍ଲଭ ପରିସରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକା ପକ୍ଷରୁ ଜଗନ୍ନାଥ ବଲ୍ଲଭ ଦେବୋତ୍ତରଙ୍କୁ ନୋଟିସ ‌ଦିଆଯାଇଥିଲା। କିନ୍ତୁ ଏ ଦିଗରେ ପ୍ରଶାସନର କୋହଳ ମନୋଭାବ ଯୋଗୁଁ ବେଣ୍ଟ ପୋଖରୀ ସମସ୍ୟାରୁ ମୁକୁଳି ପାରୁନାହିଁ। ଏନେଇ ଐତିହ୍ୟ ପ୍ରେମୀ ତଥା ବଡ଼ଦାଣ୍ଡ ସେବାର ସଦସ୍ୟ ରାମଚନ୍ଦ୍ର ହାଲଦାର କହିଛନ୍ତି, ରଖାଯାଇଥିବା ପଥର ଡଷ୍ଟବିନ୍‌ରୁ କେବେ ଅଳିଆ ଉଠାଯାଉନାହିଁ। ଯଦି ଅଳିଆ ଉଠୁନାହିଁ, ତାହେଲେ ଏଠାରେ ଏହା ପକାଇ ରଖିବାର କିଛି ଅର୍ଥ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.