Lord Durgamadhab: ଦୁର୍ଗାମାଧବଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା

1 hour ago 1
ARTICLE AD BOX

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ନବଦିନବ୍ୟାପୀ ଗୁପ୍ତ ଗୁଣ୍ଡିଚା ଯାତ୍ରା। ଦୁର୍ଗା ମାଧବ ଏକାଠି ରଥାକୃତି ବିମାନରେ ବସି ନାରାୟଣୀ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀକ୍ଷେତ୍ର ଶାକ୍ତ ପରମ୍ପରାର ଅନ୍ୟତମ ପ୍ରଧାନ ପୀଠ ହୋଇଥିବା ବେଳେ ଦୁର୍ଗା ଓ ମାଧବ ଏକାଠି ଉପାସନା କରାଯିବାର ବିଧି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ଏହି ପରମ୍ପରା ଆଧାରରେ ଆଜି ପ୍ରଭୁ ଦୁର୍ଗା ମାଧବ ନନ୍ଦିଘୋଷ ବିମାନ‌ରେ ଗୁପ୍ତ ଗୁଣ୍ଡିଚାକୁ ବିଜେ କରିଛନ୍ତି। ପ୍ରଚଳିତ ଲୋକ କଥା ମୁତାବକ, ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଏହି ଗୁଣ୍ଡିଚା ଯାତ୍ରାରେ ମା’ଙ୍କୁ ନେଇ ଗୁପ୍ତ ଗୁଣ୍ଡିଚା ଯାତ୍ରା କରିଛନ୍ତି। ତେଣୁ ଆଜି ମା’ଙ୍କ ସହ ଦୁର୍ଗା ମାଧବଙ୍କୁ ବିମାନରେ ଶୋଭାଯାତ୍ରାରେ ନେଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥିଲେ। ପରମ୍ପରା ଅନୁଯାୟୀ ଆଶ୍ବିନ ଶୁକ୍ଳ ପ୍ରତିପଦାଠାରୁ ଦୁର୍ଗା ମାଧବଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରାର ଶୁଭାରମ୍ଭ ହୁଏ। 

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ପୂଜା ପାଇବାର ବିଧି ପ୍ରଚଳିତ ହୋଇଆସୁଛି। ‌ଷୋଳପୂଜାର ପ୍ରଥମ ୮ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ପୂଜା ପାଉଥିବା ବେଳେ ଶ୍ରୀମନ୍ଦିରରେ ଆଶ୍ବିନ ଶୁକ୍ଳ ପ୍ରତିପଦାଠାରୁ ଦଶହରା ପର୍ଯ୍ୟନ୍ତ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଯାତ୍ରା କରିବେ। ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ଭଣ୍ଡାର ଘର ଦ୍ବାରରେ ଗତ ୮ଦିନ ଧରି ରୁନ୍ଧା ହୋଇ ବିଜେ କରିଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଶ୍ରୀଅଙ୍ଗଳୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ବାର ଦେଇ ଝୁଲଣ ମଣ୍ଡପ ନିକଟ ବିମାନ ରଥକୁ ବିଜେ କରିଥିଲେ। ନାରାୟଣୀଙ୍କ ପୀଠରେ ଦୁର୍ଗାମାଧବଙ୍କୁ କର୍ପୂର ଜଳ ଲାଗି, ମାଣ୍ଡୁଅ ଭୋଗ କରି ବନ୍ଦାପନା ନୀତି କରାଯାଇଥିଲା। ପରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ବାହୁଡ଼ା ବିଜେ କରିଛନ୍ତି।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ

Read Entire Article
LEFT SIDEBAR AD

Hidden in mobile, Best for skyscrapers.