Zero malaria: କନ୍ଧମାଳ‌ରେ ୩ ବର୍ଷରେ ମ୍ୟାଲେରିଆ ମୃତ୍ୟୁ ଶୂନ: ଆକ୍ରାନ୍ତ ବଢ଼ୁଛନ୍ତି, ମୃତ୍ୟୁ କମୁଛି

1 hour ago 1
ARTICLE AD BOX

ଫୁଲବାଣୀ (ରଞ୍ଜନ ପ୍ରଧାନ): ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ୩ ବର୍ଷ ହେଲା ଜଣେ ବି ମ୍ୟାଲେରିଆ ରୋଗୀଙ୍କ ଜୀବନ ଯାଇନି। କିନ୍ତୁ ଗତ ୬ ବର୍ଷର ଚିତ୍ରକୁ ଅନୁଧ୍ୟାନ କଲେ ଜିଲ୍ଲାରେ ଟେଷ୍ଟିଂ ଓ ପଜିଟିଭ୍‌ ହାର ବଢ଼ିଛି। ଜିଲ୍ଲାର ପ୍ରମୁଖ ୪ଟି ବ୍ଲକ ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା ଓ ଫିରିଙ୍ଗିଆ ମ୍ୟାଲେରିଆ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଏହି ଚାରିଟି ବ୍ଲକ୍‌ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ୁଛି ବୋଲି ଜିଲ୍ଲା ମ୍ୟାଲେରିଆ ‌ରୋଗ ପରାମର୍ଶଦାତା ସୁଜିତ କୁମାର କାର୍ଜି କହିଛନ୍ତି। ସେହିପରି ମ୍ୟାଲେରିଆକୁ ‌‌ରୋକିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଞ୍ଜଳି ଶତପଥୀ କହିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା କମିବା ଜିଲ୍ଲା ପାଇଁ ଆଶ୍ବସ୍ତି ଆଣିଦେଇଛି। 

Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା

ଆକ୍ରାନ୍ତ ବଢ଼ୁଛନ୍ତି, ମୃତ୍ୟୁ କମୁଛି
୬ ବର୍ଷରେ ୩୪ହଜାର ୯୦୦ ଆକ୍ରାନ୍ତ
ତୁମୁଡ଼ିବନ୍ଧ, କୋଟଗଡ଼, ଫିରିଙ୍ଗିଆ ଓ ବାଲିଗୁଡ଼ା ହଟ୍‌ସ୍ପଟ୍‌

ଜିଲ୍ଲା ମ୍ୟାଲେରିଆ ବିଭାଗର ରିପୋର୍ଟ ଅନୁସାରେ, ୨୦୨୦ରେ ମୋଟ ୨ ଲକ୍ଷ ୩୪,୫୫୭ ଜଣଙ୍କ ରକ୍ତନମୁନା ପରୀକ୍ଷା ହୋଇଥିବା ବେଳେ ୩,୮୦୦ ଜଣ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ୨,୭୪,୨୩୬ ରକ୍ତନମୁନାରୁ ୪୨୦୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ, ୨୦୨୨ରେ  ୩,୧୪,୮୨୬ ରକ୍ତନମୁନାରୁ ୨,୩୩୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ, ୨୦୨୩ରେ ୪,୧୯,୧୮୮ ରକ୍ତନମୁନାରୁ ୫,୦୬୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣଙ୍କ ମୃତ୍ୟୁ ଏବଂ ୨୦୨୪ରେ ସର୍ବାଧିକ ୪,୮୨,୮୧୫ ରକ୍ତନମୁନାରୁ ସର୍ବାଧିକ ୧୧,୧୪୭ ପଜିଟିଭ୍‌ ଚିହ୍ନଟ ଓ ୨୦୨୫ରେ ୪,୩୮,୬୪୫ ରକ୍ତନମୁନାରୁ ୮,୩୪୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଉଭୟ ବର୍ଷରେ ଜଣେ ବି ରୋଗୀଙ୍କ ମୃତ୍ୟୁ ଘଟି ନଥିଲା। ୨୦୨୦ରୁ ୨୦୨୫ ତଥା ୬ ବର୍ଷ ମଧ୍ୟରେ ପାଖାପାଖି ୩୪ହଜାର ୯୦୦ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି।

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି

ସେହିପରି ଚଳିତବର୍ଷ ଅଗଷ୍ଟ ସୁଦ୍ଧା ମୋଟ ୨,୪୦,୮୫୧ ରକ୍ତନମୁନା ପରୀକ୍ଷା ହୋଇଥିବା ବେଳେ ୩,୩୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ କାହାର ମୃତ୍ୟୁ ଘଟିନି। ଫଳରେ ୨୦୨୪ରୁ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଜଣେ ବି ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ଘଟିନି। ଜିଲ୍ଲା ମ୍ୟାଲେରିଆ ପରାମର୍ଶଦାତା କହିଛନ୍ତି, ‘ଦମନ’ କାର୍ଯ୍ୟକ୍ରମ ଜରିଆରେ ଟେଷ୍ଟିଂ ଓ ମାସ୍‌ ସ୍କ୍ରିନିଂକୁ ବଢ଼ାଯାଉଛି। ଏସିଏମ୍‌ ଯୋଜନାରେ କୀଟନାଶକ ସିଞ୍ଚନ ସହିତ କଲ୍ୟାଣ ବିଭାଗ ସ୍କୁଲ୍‌ ହଷ୍ଟେଲମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ମଶାରିକୁ ଲୋକେ ବ୍ୟବହାର କରୁଛନ୍ତି କି ନାହିଁ ତାହାର ନିରୀକ୍ଷଣ କରାଯାଉଛି ଏବଂ ଇଡିସିଟି ଜରିଆରେ ରୋଗୀ ଚିହ୍ନଟ କରାଯାଇ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି। ଜିଲ୍ଲାରେ ବଣ୍ଟାଯାଉଥିବା ଔଷଧ ବୋଳା ମଶାରିକୁ ମାଛଧରା କାମରେ ଲଗାଉଥିବା ନଜରକୁ ଆସିଥିଲା। ଏ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.