Jaleswar: ଜଳେଶ୍ଵରରେ‌ ଓଡିଶା ବନ୍ଦ ପ୍ରଭାବ: ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ପ୍ଲାଜାରେ ଅଟକିଛି ହଜାର ହଜାର ଗାଡ଼ି

56 minutes ago 1
ARTICLE AD BOX

ଜଳେଶ୍ଵର: କଂଗ୍ରେସ ସହ ୧୦ଟି ରାଜନୈତିକ ଦଳ ଓ ଗଣ ସଙ୍ଗଠନ ନେତୃତ୍ବରେ ଓଡିଶା ବନ୍ଦ ଡାକରାର ପ୍ରଭାବ ଜଳେଶ୍ଵରରେ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ଆଇନ୍ ବନ୍ଦ କରିବା, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ଅବିଳମ୍ବେ ସହାୟତା ଦାବି ନେଇ ଆଜି ପୂର୍ବାହ୍ନ ୬ଟାରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ କଂଗ୍ରେସ ଓ ବାମଦଳ ତଥା ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଯାନବାହାନ ଅଟକି ରହିଛି।

ଆହୁରି ପଢନ୍ତୁ: War: ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ? ଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହେଲେ!

ସେହିପରି ଜଳେଶ୍ଵର ସହରରେ କଂଗ୍ରେସ ନେତା ସୁଦର୍ଶନ ଦାସ, ହେମନ୍ତ ଗରି,ବାମପନ୍ଥୀ ନେତା ଦିଲ୍ଲୀପ ଗିରି,ଦିପ୍ତୀମାନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆନ୍ଦୋଳନକାରୀମାନେ ବଡବଜାର ଛକ, ଷ୍ଟେସନ ଛକ ନାମ୍ପୋ ହାଟ ଛକ ନିକଟରେ ବିଦୁଭୁଷଣ ଦାସ, ଗୋପାଳ କୃଷ୍ଣ ଜେନାଙ୍କ ନେତୃତ୍ବରେ ଜଳେଶ୍ଵର ସହରର ମୁଖ୍ୟ ରାସ୍ତା ଓ ଜଳେଶ୍ଵର ଚନ୍ଦନେଶ୍ଵର ରାସ୍ତା ଅବରୋଧ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.