Engine: ଅଟୋ ଇଞ୍ଜିନରୁ ମିଳିଲା ୨ ଲକ୍ଷ ଟଙ୍କାର ଗଞ୍ଜେଇ

43 minutes ago 1
ARTICLE AD BOX

ଗଞ୍ଜେଇ ଚୋରା ଚାଲାଣ କରିବାକୁ ମାଫିଆମାନେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗିଛନ୍ତି | ମାଲକାନଗିରି ଜିଲ୍ଲା କାଲିମେଳାରେ ତେଲେଙ୍ଗାନା ନମ୍ବର ଥିବା ଏକ ଅଟୋ ଇଂଜିନ ଭିତରୁ ମିଳିଲା ୨ ଲକ୍ଷ ଟଙ୍କାର ଗଂଜେଇ |

 ଅଟୋ ଇଞ୍ଜିନରୁ ମିଳିଲା ୨ ଲକ୍ଷ ଟଙ୍କାର ଗଞ୍ଜେଇ

କାଲିମେଳା: ଗଞ୍ଜେଇ ଚୋରା ଚାଲାଣ କରିବାକୁ ମାଫିଆମାନେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗିଛନ୍ତି | ମାଲକାନଗିରିଜିଲ୍ଲା କାଲିମେଳାରେ ତେଲେଙ୍ଗାନା ନମ୍ବର ଥିବା ଏକ ଅଟୋ ଇଂଜିନ ଭିତରୁ ମିଳିଲା ୨ ଲକ୍ଷ ଟଙ୍କାର ଗଂଜେଇ | ମିଳିଥିବା ସୂଚନା ମୁତାବକ ଇଂଜିନ ଭିତରେ ୨୨ କିଲୋଗ୍ରାମ ଗଞ୍ଜେଇ ଲୁଚାଇ ରଖା ଯାଇଥିଲା |

ଆହୁରି ପଢନ୍ତୁ :Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ

ଗଂଜେଇ ଚାଲାଣବେଳେ କାଲିମେଳା ଥାନା ଅନ୍ତର୍ଗତ ୩୨୬ ଜାତୀୟ ରାଜପଥର ଏମଭି ୯୦ ଗ୍ରାମ ନିକଟରେ ଏହି ଅଟୋକୁ ମାଡି ବସିଥିଲା କାଲିମେଳାପୁଲିସ | ପୁଲିସ ଟିଏସ ୨୮ଟି ୨୦୦୨ ନମ୍ବର ଥିବା ଏହି ଅଟୋ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏଥିସହିତ ୨ଟି ମୋବାଇଲ ଓ ଏକାଧିକ ସିମକାର୍ଡ ଜବତ କରାଯାଇଥିବାର ସୂଚନା ମିଳିଛି |କାଲିମେଳାରୁ ଏହି ଗଂଜେଇ ତେଲେଙ୍ଗାନା ଚାଲାଣକରାଯାଉଥିବାର ପୁଲିସ ସୂତ୍ରରୁ ଜଣା ପଡିଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.