Sundargarh: ବାଲିଶଙ୍କରାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

51 minutes ago 1
ARTICLE AD BOX

ବାଲିଶଙ୍କରା: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି, ଏମ୍ଏମଡିଆର୍ ( ସଂଶୋଧିତ) ଆଇନ୍ -୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ଆହ୍ୱାନରେ ବାଲିଶଙ୍କରା ବ୍ଲକ ଭାଟିପଡ଼ାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଛି l କଂଗ୍ରେସ ଦଳର ନନ୍ଦଲାଲ ମିଞ୍ଜ ଓ ଟଙ୍କଧର ପଣ୍ଡା ନେତୃତ୍ୱରେ ସୁଧାଂଶୁ ପଶାୟତ, ନୀଳାମ୍ବର ଶେଖର ଦେଓ, ବଳରାମ ନାଏକ, ଏମଡି ଅଲିମ, ଦେବେନ୍ଦ୍ର ନାଏକ, ଅଶୋକ ରଣା, ଉଦିତ ପ୍ରତାପ ଦେଓ, ଲଳିତ କୁଜୁର, ପୃଥ୍ବୀ ଶେଖର ଦେଓ, ନଗେନ୍ଦ୍ର ସିଂ, ସଞ୍ଜିବ କେର୍କେଟା, ଅନୁପ ସା, ଦିଲୀପ ଓରାମ, ଏମଡି ମନସୁର ଖାନ, ଏମଡି ଲୋଦିନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଓଡ଼ିଶା ବନ୍ଦ ପାଳନ କରିଥିଲେ l ଗାଡି ଚଳାଚଳ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ, ପେଟ୍ରୋଲ ପମ୍ପ, ଘରୋଇ ବସ, ମୁଖ୍ୟମନ୍ତ୍ରୀ ବସ ସେବା, ଦୋକାନ ବଜାର ଆଦି ବନ୍ଦ ରହିଥିଲା l 

Read Entire Article
LEFT SIDEBAR AD

Hidden in mobile, Best for skyscrapers.