Building Collapse: ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ମାଲିକ ଫରାର୍

44 minutes ago 1
ARTICLE AD BOX


ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ୪ ମାସର ଗର୍ଭବତୀ ମହିଳା ଓ ଦୁଇଜଣ ଶିଶୁ ସାମିଲ ଅଛନ୍ତି। ପୁଲିସ, ଏନଡିଆରଏଫ, ଫାୟାର ବ୍ରିଗେଡ୍ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମିଳିତ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୭୫ ପ୍ରତିଶତ ଭଗ୍ନାବଶେଷ ହଟାସରିଛି। ତରବରିଆ ଭାବେ ଧ୍ବଂସାବଶେଷ ତଳେ ଆଉ କେହି ଚାପି ହୋଇ ରହିଛନ୍ତି କି ନାହିଁ ତାହା ଯାଞ୍ଚ କରାଯାଉଛି। ଅପରପକ୍ଷରେ କୋଠାର ମାଲିକ ଅନୱାର୍ ଘଟଣାପରଠାରୁ ଫେରାର୍ ଥିବାରୁ ତାକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି।

ସୁରକ୍ଷା ବାହିନୀ ମୁତୟନ

ଜିଲ୍ଲା ମାଜିଷ୍ଟ୍ରେଟ୍ ଅଜୟ କୁମାରଙ୍କ ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମାତ୍ର ୨୫ ବର୍ଗଫୁଟ ଜମିରେ ନିର୍ମିତ ଏହି କୋଠାର ପାର୍ଶ୍ୱବର୍ତ୍ତୀ ବିଲ୍ଡିଂରେ ଚାଲିଥିବା ବେଆଇନ୍ ନିର୍ମାଣ ହଟାଇବା ପ୍ରକ୍ରିୟା ହିଁ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ। ପଡ଼ୋଶୀ କୋଠା ମାଲିକ ବେଆଇନ୍ ଭାଗକୁ ଭାଙ୍ଗିବା ପାଇଁ ଗତ ୩-୪ ଦିନ ହେବ କ୍ରେନ୍ ଓ ଭାଇବ୍ରେଟିଂ ମେସିନ୍ ବ୍ୟବହାର କରୁଥିଲେ, ଯାହାର ପ୍ରଚଣ୍ଡ କମ୍ପନ ଯୋଗୁଁ ଏହି ଚାରିମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଚିକିତ୍ସା ଟିମ୍ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ମୁତୟନ ଅଛନ୍ତି।

Pakistan Army: ବଲୁଚିସ୍ତାନରେ ନିୟନ୍ତ୍ରଣ ହରାଉଛି ପାକିସ୍ତାନ: ସୈନ୍ୟଙ୍କ ଘୋର ଅଭାବ, ଅବସରପ୍ରାପ୍ତ ସୈନିକଙ୍କୁ ଫେରିବାକୁ ନିର୍ଦ୍ଦେଶ ଜାରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.