ARTICLE AD BOX
ମୁମ୍ବାଇ: ଭାରତୀୟ ସେୟାର ବଜାର ପାଇଁ ୨୦୨୬ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ବିଦେଶୀ ନିବେଶକ ବ୍ୟାପକ ଭାବେ ଭାରତୀୟ ବଜାରରୁ ସେୟାର ବିକ୍ରି କରୁଛନ୍ତି। ମହଙ୍ଗା ଅଶୋଧିତ ତୈଳ, ଆମେରିକାରେ ବଢୁଥିବା ବଣ୍ଡ୍ ୟିଲ୍ଡ, ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ବିଶ୍ୱରେ ବଢୁଥିବା ଅନିଶ୍ଚିତତା ଯୋଗୁଁ ଭାରତୀୟ ଇକ୍ୱିଟି ବଜାର ଚାପରେ ରହିଛି। ସେପ୍ଟେମ୍ବରରେ ଏସିଆର ପ୍ରମୁଖ ବଜାରଗୁଡ଼ିକ ମଧ୍ୟରେ ନିଫ୍ଟିର ପ୍ରଦର୍ଶନ ସବୁଠୁ ଖରାପ ରହିଥିଲା। ୨୦୨୬ରେ ଭାରତୀୟ ବଜାରର ପତନର ସ୍ପଷ୍ଟ ଚିତ୍ର ଦୁଇ ପ୍ରମୁଖ ସୂଚକାଙ୍କରୁ ମିଳିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ପ୍ରାୟ ୧୩% ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରାୟ ୧୫% ହ୍ରାସ ପାଇଛି। ଫଳରେ ଦେଶର ଖୁଚୁରା ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ସମ୍ପତ୍ତି ସୃଷ୍ଟି କରିବା ଲାଗି ପରିଚିତ ଭାରତୀୟ ଷ୍ଟକ୍ ବଜାର ଏବେ ସମ୍ପତ୍ତି ହରାଇବା ବଜାର ଭାବେ ଗଣା ହେଉଛି।
Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’
ଭାରତୀୟ ଷ୍ଟକ୍ ବଜାରର ସ୍ଥିତି ଏସିଆର ଅନ୍ୟ ଷ୍ଟକ୍ ବଜାରର ତୁଳନାରେ ଆହୁରି ଖରାପ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଡଲାର ହିସାବରେ ସେନ୍ସେକ୍ସ ପ୍ରାୟ ୨୦%ରୁ ଅଧିକ ଓ ନିଫ୍ଟି ପ୍ରାୟ ୧୮.୬% ହ୍ରାସ ପାଇଥିଲା। ଏହି ସମୟରେ ତାଇୱାନର ବଜାର ପ୍ରାୟ ୬୧% ଓ ଦକ୍ଷିଣ କୋରିଆର କୋପ୍ସି ପ୍ରାୟ ୭୨% ବଢ଼ିଥିଲା। ଭାରତୀୟ ବଜାରରେ ଏଆଇ ଓ ସେମିକଣ୍ଡକ୍ଟର ଭଳି କମ୍ପାନିର ଅଭାବ ମଧ୍ୟ ବିଦେଶୀ ପୁଞ୍ଜି ଅନ୍ୟ ବଜାରକୁ ଚାଲିଯିବାର ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପାକିସ୍ତାନ ବି ପଛରେ ପକାଇଲା
ଏସିଆରେ ସବୁଠୁ ପଛରେ
ବିଦେଶୀ ନିବେଶକଙ୍କ ପଳାୟନ
ଆଶ୍ଚର୍ଯ୍ୟଜନକ ଭାବେ ଚଳିତ ବର୍ଷ ପାକିସ୍ତାନର ସେୟାର ବଜାର ମଧ୍ୟ ଭାରତ ତୁଳନାରେ ଭଲ ପ୍ରଦର୍ଶନ କରିଛି। ପାକିସ୍ତାନର ପ୍ରମୁଖ ସୂଚକାଙ୍କ କେଏସ୍ଇ-୧୦୦ ଚଳିତ ବର୍ଷ ଆରମ୍ଭରେ ୧,୭୪,୦୫୪ ପଏଣ୍ଟ ଥିବାବେଳେ ସେପ୍ଟେମ୍ବର ଶେଷରେ ପ୍ରାୟ ୧,୬୯,୯୬୯ ପଏଣ୍ଟରେ ପହଞ୍ଚିଥିଲା। ଅର୍ଥାତ୍ ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ବାର୍ଷିକ ହ୍ରାସ ପ୍ରାୟ ୨.୩୫% ଥିଲା ଯାହା ଭାରତର ନିଫ୍ଟି ଓ ସେନ୍ସେକ୍ସର ପ୍ରାୟ ୧୩-୧୫% ହ୍ରାସ ତୁଳନାରେ ବହୁତ କମ୍। ୨୦୨୫ ଡିସେମ୍ବର ୧ରେ ସେନ୍ସେକ୍ସ ୮୬,୧୫୯ ପଏଣ୍ଟ୍ରେ ଥିଲା। ୨୦୨୬ ଅକ୍ଟୋବର ୭ ସୁଦ୍ଧା ତାହା ୧୩,୫୨୦ ପଏଣ୍ଟ ଖସି ୭୨,୬୩୮ ପଏଣ୍ଟରେ ରହିଛି। ଆଜି ସେନ୍ସେକ୍ସ ୪୨୯ ପଏଣ୍ଟ ଖସିଥିଲା। ସେହିପରି, ନିଫ୍ଟି ମଧ୍ୟ ୨୦୨୬ ଜାନୁଆରି ୫ରେ ଏହାର ସର୍ବକାଳୀନ ରେକର୍ଡ ସ୍ତର ୨୬,୩୭୩ ପଏଣ୍ଟରେ ଥିଲା।
Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ
ଆଜି ସୁଦ୍ଧା ତାହା ୩୭୭୦ ପଏଣ୍ଟ ହରାଇ ୨୨,୬୦୩ ପଏଣ୍ଟରେ ପହଞ୍ଚିଛି। ଆଜି ସେଥିରେ ୧୭୩ ପଏଣ୍ଟ ହ୍ରାସ ଘଟିଛି। ଭାରତୀୟ ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଇକ୍ବିଟି ସେୟାର ବିକ୍ରି ଚିନ୍ତା ବଢ଼ାଇଛି। ୨୦୨୬ର ପ୍ରଥମ ୯ ମାସରେ ବିଦେଶୀ ନିବେଶକମାନେ ଭାରତରୁ ୩.୦୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଉଠାଇ ନେଇଛନ୍ତି। ଏହା ଗୋଟିଏ ପୂରା ବର୍ଷରେ ପ୍ରତ୍ୟାହାର ହୋଇଥିବା ପୂର୍ବ ରେକର୍ଡକୁ ମଧ୍ୟ ଟପିଯାଇଛି। ସରକାରୀ ବଣ୍ଡ୍ ସହିତ ହିସାବ କଲେ ମୋଟ୍ ବିଦେଶୀ ପାଣ୍ଠି ପ୍ରତ୍ୟାହାର ପ୍ରାୟ ୩.୫୮ ଲକ୍ଷ କୋଟି ଟଙ୍କା ହୋଇଛି। କେବଳ ସେପ୍ଟେମ୍ବରରେ ବିଦେଶୀ ନିବେଶକମାନେ ଭାରତୀୟ ଇକ୍ୱିଟି ବଜାରରୁ ପ୍ରାୟ ୪୪,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ମାସର ଶେଷ ୪ଟି କାରବାର ଦିନରେ ସେମାନେ ୨୯,୧୭୫ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। କିନ୍ତୁ, ଦେଶର ସଂସ୍ଥାଗତ ନିବେଶକମାନେ ସେପ୍ଟେମ୍ବରରେ ପ୍ରାୟ ୭୬,୦୩୦ କୋଟି ଟଙ୍କାର ନିବେଶ କରିଥିଲେ। ଡଲାର ହିସାବରେ ମଧ୍ୟ ଚିତ୍ରଟି ଭାରତ ପାଇଁ ଖରାପ ରହିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ବିଦେଶୀ ନିବେଶକଙ୍କ ଭାରତୀୟ ଇକ୍ୱିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର ପ୍ରାୟ ୨୬.୮ ବିଲିଅନ ଡଲାର ଥିଲା। ଅକ୍ଟୋବର ୬ ସୁଦ୍ଧା ତାହା ୨୭.୮ ବିଲିଅନ ଡଲାରରେ ପହଞ୍ଚିଛି।

1 hour ago
1


