ARTICLE AD BOX
ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମୀୟ ଧର୍ମପ୍ରଚାରକ ଜାକିର ଅବଦୁଲ କରିମ୍ ନାଏକଙ୍କ ଦ୍ୱାରା ପ୍ରତିଷ୍ଠିତ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆର୍ଏଫ୍) ଉପରେ ଲାଗୁ ହୋଇଥିବା କଟକଣାକୁ କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ପାଇଁ ବଢ଼ାଇଛନ୍ତି। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ, ୧୯୬୭ ବା ୟୁଏପିଏ ଅନୁଯାୟୀ ସଂଗଠନକୁ ପୁଣିଥରେ ବେଆଇନ ଘୋଷଣା କରାଯାଇଛି। ଏହି କଟକଣା ତୁରନ୍ତ ଲାଗୁ ହୋଇଛି ଏବଂ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଆହୁରି ପଢନ୍ତୁ :Odisha government preparations ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସଚିବସ୍ତରୀୟ ପ୍ରସ୍ତୁତି ବୈଠକ
ଆଇଆର୍ଏଫ୍ ଉପରେ ପ୍ରଥମେ ୨୦୧୬ ନଭେମ୍ବର ୧୭ରେ କେନ୍ଦ୍ର ସରକାର କଟକଣା ଲଗାଇଥିଲେ। ୨୦୨୧ ନଭେମ୍ବର ୧୫ରେ ଏହାକୁ ଆଉ ପାଞ୍ଚ ବର୍ଷ ପାଇଁ ବଢ଼ାଯାଇଥିଲା। ଚଳିତ ନଭେମ୍ବର ୧୪ରେ ପୂର୍ବ କଟକଣାର ଅବଧି ଶେଷ ହେବାକୁ ଥିବାରୁ ତାହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସଂଗଠନ ବିରୋଧରେ ତୃତୀୟ ଥର ପାଇଁ ଲଗାତାର ପାଞ୍ଚ ବର୍ଷିଆ କଟକଣା।
ଆହୁରି ପଢନ୍ତୁ :Education: ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାରୀ ଓ ଘରୋଇ ବସ୍ରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା ସୁବିଧା ପ୍ରଦାନ କର: ଏଆଇଏସ୍ଏଫ୍
ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସଂଗଠନ ଓ ଏହାର ସଦସ୍ୟମାନେ, ବିଶେଷକରି ଏହାର ପ୍ରତିଷ୍ଠାତା ତଥା ସଭାପତି ଜାକିର ନାଏକ, ବିଭିନ୍ନ ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା, ଘୃଣା ଓ ଅସଦ୍ଭାବନା ସୃଷ୍ଟି କରିବାକୁ ଉସୁକାଉଛନ୍ତି। ନାଏକଙ୍କ ଭାଷଣ ଓ ବକ୍ତବ୍ୟ ଆପତ୍ତିଜନକ ଏବଂ ବିଦ୍ରୋହାତ୍ମକ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଘୃଣାଭାବ ବଢ଼ିବା ସହ ଭାରତ ଓ ବିଦେଶର କେତେକ ଯୁବକ ଆତଙ୍କବାଦୀ କାର୍ଯ୍ୟ ପାଇଁ ପ୍ରେରିତ ହୋଇଥିବା ସରକାର ଦାବି କରିଛନ୍ତି। ଉପଗ୍ରହ ଟେଲିଭିଜନ୍, ଇଣ୍ଟରନେଟ୍, ମୁଦ୍ରିତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କର ଭାଷଣ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଥିବା ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି।
ଆହୁରି ପଢନ୍ତୁ :Shooting in Manipur: ମଣିପୁରରେ ଦୁଇଟି କାର୍ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ମୃତ
ସଂଗଠନର କାର୍ଯ୍ୟକଳାପକୁ ରୋକା ନ ଗଲେ ଏହାର ଫେରାର ସଦସ୍ୟମାନେ ପୁଣି ସଂଗଠିତ ହେବା, ସାମ୍ପ୍ରଦାୟିକ ଅସଦ୍ଭାବ ସୃଷ୍ଟି କରିବା, ଦେଶବିରୋଧୀ ମନୋଭାବ ପ୍ରସାର କରିବା ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବାର ଆଶଙ୍କା ରହିଛି ବୋଲି ସରକାର କହିଛନ୍ତି। ଜାକିର ନାଏକ ୨୦୧୬ରୁ ଭାରତ ବାହାରେ ରହୁଛନ୍ତି।

56 minutes ago
1


