ARTICLE AD BOX
ଅନୁପସ୍ଥିତ ରହିଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର (ବସନ୍ତ କୁମାର ମହାରଣା): ବାତ୍ୟା ‘ଅର୍ଣ୍ଣବ-୨୦୨୬’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ସରକାରୀ କର୍ମଚାରୀଙ୍କ ନିମନ୍ତେ ଚଳିତ ସପ୍ତାହର ଶନିବାର ଓ ରବିବାର ଛୁଟିକୁ ବାତିଲ କରାଯାଇଛି।
Restoration Fund for Six Odisha Districts ଅର୍ଣ୍ଣବ’ ଏବଂ ବନ୍ୟା କ୍ଷୟକ୍ଷତି: ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ୪୮୨.୪୨ କୋଟି ଟଙ୍କା ମଞ୍ଜୁର
ଆଜି (ଶୁକ୍ରବାର) ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ, ନଭେମ୍ବର ୧୪ ଓ ୧୫ ତାରିଖ ଶନିବାର ଓ ରବିବାର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏହି ଦୁଇଦିନ ସମସ୍ତ ଅଧିକାରୀ ଓ କର୍ମଚାରୀ ନିୟମିତ କାର୍ଯ୍ୟଦିବସ ଭଳି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଅନୁପସ୍ଥିତ ରହିଲେ କିମ୍ବା କାର୍ଯ୍ୟରେ ଅବହେଳା କଲେ ସମ୍ପୃକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

1 hour ago
1


