ARTICLE AD BOX
ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷର ବୋର୍ଡ ଅଫ୍ ସେକେଣ୍ଡରୀ ଏଜୁକେସନ୍ (ବିଏସ୍ଇ)ର ମାଟ୍ରିକ୍ (୧୦ମ) ଶ୍ରେଣୀ ନିମନ୍ତେ ପରୀକ୍ଷା ସୂଚୀ ଜାରି କରାଯାଇଛି।
Odisha 10th result: ଆଜି ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ; ଏମିତି ପାଇପାରିବେ ରେଜଲ୍ଟ
ଆଜି (ଶୁକ୍ରବାର) ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇ କହିଛନ୍ତି, ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଦୈନିକ ଗୋଟିଏ ସିଟିଂ ପରୀକ୍ଷା ହେବ। ପରୀକ୍ଷା ସମୟ ପୂର୍ବାହ୍ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ଯାଏଁ ଚାଲିବ। କେବଳ ଗଣିତ ପରୀକ୍ଷା ନିମନ୍ତେ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ, ଅର୍ଥାତ୍ ପରୀକ୍ଷା ୧୧ଟା ୩୦ ପରିବର୍ତ୍ତେ ୧୧ଟା ୪୫ମିନିଟ୍ରେ ସରିବ।
BSE Odisha 10th result ମଇ ୨ରେ ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ
ସୂଚନାଯୋଗ୍ୟ, ପରୀକ୍ଷା ନିମନ୍ତେ ଅନ୍ଲାଇନ୍ ଆବେଦନର ତାରିଖ ୨୧ ନଭେମ୍ବର ୨୦୨୬ ରାତି ୧୧ଟା ୪୫ ଯାଏଁ ଧାର୍ଯ୍ୟକରାଯାଇଛି। ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଦ୍ବାରା ଲଗ୍ଇନ୍ କରାଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରାଯିବ। ଏହାପୂର୍ବରୁ ବୋର୍ଡ ଛାତ୍ରଛାତ୍ରୀଙ୍କ ନାମ ଆଦି ତଥ୍ୟର ସଂଶୋଧନ ନିମନ୍ତେ ସମୟ ଦେଇଛନ୍ତି।

1 hour ago
1


