Murder: ଭୁଲିଗଲା ପ୍ରେମ ସଂପର୍କ ଆଉ ବିବାହ; ନିଜ ମଥାରୁ ସିନ୍ଦୂର ପୋଛି ଦେଲା ମହିଳା

1 hour ago 2
ARTICLE AD BOX

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘରୋଇ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟଣା ଘଟିଛି। ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ମହିଳା ନିଜର ସ୍ବାମୀଙ୍କୁ ହତ୍ୟା କରିଛି। ମହିଳା ଜଣକ ହିତାହିତ ଜ୍ଞାନ ଭୁଲିଯାଇ ସ୍ବାମୀଙ୍କ ମୁଣ୍ଡରେ ପଥର କଚାଡ଼ି ଦେଇଛି। ଏହି ଘଟଣାରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ଯମୁନାନଗରର ଶଙ୍କରଗଡ଼ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। କୁହାଯାଉଛି ଯେ, ପାରିବାରିକ ବିବାଦକୁ ନେଇ ସ୍ତ୍ରୀଙ୍କୁ ତାଙ୍କର ସ୍ବାମୀ ଏକ ଚାପୁଡ଼ା ମାରିଥିଲେ। ଏଥିରେ ରାଗ ଜର୍ଜରିତ ହୋଇ ମହିଳା ଜଣକ ନିକଟରେ ପଡ଼ିଥିବା ପଥର ଉଠାଇଥିଲେ ଏବଂ ସ୍ବାମୀଙ୍କ ମୁଣ୍ଡରେ କଚାଡ଼ି ଦେଥିଲେ। ଗମ୍ଭୀର ଆଘାତ ପାଇଲା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅସ୍ଥାରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଏହି ଲୋମହର୍ଷଣକାରୀ ଘଟଣା ଗତ ୯ତାରିଖ ଅପରାହ୍‌ଣରେ ଘଟିଥିଲା। ମୃତ ବ୍ୟକ୍ତି ଥିଲେ ଶେଖର ବଂଶଲ (୩୫)। ଅଭିଯୁକ୍ତ ମହିଳା ଉର୍ମିଳା କେଓଟ (୩୦)। ଉଭୟଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଅଳ୍ପ ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା, ଯେଉଁଥି ପାଇଁ ମହିଳା ଜଣକ ନିଜର ମର୍ଯ୍ୟାଦା ଉଲ୍ଲଂଘନ କରିଥିଲେ। ସ୍ବାମୀଙ୍କ ମୁଣ୍ଡରେ ପଥର କଚାଡ଼ି ଥିଲେ। 

Murder case: ପଥରରେ ଛେଚି ଶଳାକୁ ହତ୍ୟା; ଭିଣୋଇ ଗିରଫ

ପୁଲିସ କହିଛି ଯେ, ଶେଖର ବଂଶଲ ଏବଂ ଉର୍ମିଲା କେଓଟ ପ୍ରେମ ବିବାହ କରିଥିଲେ। ଉଭୟ ‌ଏକାଠି ରହୁଥିଲେ। ପାରିବାରିକ ଝଗଡ଼ା କାରଣରୁ କିଛି ମାସ ହେବ ଉର୍ମିଲା ନିଜ ବାପ ଘରେ ରହୁଥିଲେ। ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ଶେଖର ଅଧିକାଂଶ ସମୟରେ ମଦ୍ୟପାନ କରୁଥିଲେ। ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। କୁହାଯାଉଛି ଯେ, ନଭେମ୍ବର ୯ରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ବିବାଦ ସମୟରେ ଉର୍ମିଳାଙ୍କୁ ଶେଖର ଏକ ଚାପୁଡ଼ା ମାରିଥିଲେ। ଏହା ପରେ ଉର୍ମିଳା ଉଗ୍ର ରୂପଧାରଣ କରି ସ୍ବାମୀଙ୍କ ଉପରେ ଏହାକୁ କଚାଡ଼ି ଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.