ARTICLE AD BOX
ଶିଶୁ ଦିବସ
କୁନି କୁନି ପାଦ ଆମ
କୁନି କୁନି ହାତ,
ହସ ଖୁସି ଭରା ଆମ
ସୁନେଲି ପ୍ରଭାତ।
ଆମେ ସବୁ ଏ ଦେଶର
ନୂଆ ଭବିଷ୍ୟତ,
ଆଜି ର ଦିନେ ଗାଇବା
ମିଳିମିଶି ଗୀତ।
ଫୁଲ ପରି ହସୁଥିବୁ
ବାଣ୍ଟିବୁ ମହକ,
ଜ୍ଞାନ ଆଲୋକରେ ହେବ
ଜୀବନ ଚମକ।
Advertisment
ପାଠ ପଢ଼ି ବଡ଼ ହେବୁ
ରଖିବୁ ସମ୍ମାନ,
ଦେଶ ପାଇଁ କରିଦେବୁ
ଜୀବନକୁ ଦାନ।
ଆଜିର ଏ ଶିଶୁ ଦିନ
ଭାରି ତ ସୁନ୍ଦର,
ଆନନ୍ଦରେ ନାଚି
ଗାଇ ହସିବ ସଂସାର।
ସ୍ନେହ, ଶ୍ରଦ୍ଧା, ଭଲପାଇବା
ଥାଉ ସବୁଠାରେ,
ଶିଶୁ ଦିବସର ଶୁଭେଚ୍ଛା
ଜଣାଉ ଆଦରେ।
ତନୁଜ କୁମାର ମଲଣା
Tanuj Kumar Malana Photograph: (sambad)ଅଧିକ ଦେଖନ୍ତୁ-

1 hour ago
1


