ARTICLE AD BOX
ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ସରଦେଈପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଥାନା ଚଣାହଟ୍ଟା ଛକରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶିଶୋଲୋ ବୋଧଖଣ୍ଡି ଗ୍ରାମର ଜଗନ୍ନାଥ ଦାସ, ଲିଙ୍ଗରାଜ ଦାସ ଓ ନିମାପଡ଼ା ଥାନା କେରୁଣ୍ଡିଆ ଗ୍ରାମର ସଂଗ୍ରାମ ଭୋଇ ।
Accident: ବାଇକ୍ ଦୁର୍ଘଟଣାରେ ଏଏସ୍ଆଇ ମୃତ, ଅନ୍ୟ ଜଣେ ଗୁରୁତର
ସୂଚନା ଅନୁସାରେ, ସଂଗ୍ରାମ ଭୁବନେଶ୍ୱରରୁ କାମ ସାରି ତାଙ୍କ ବାଇକରେ ଘରକୁ ଫେରୁଥିବା ସମୟରେ ଜଗନ୍ନାଥ ଏବଂ ଲିଙ୍ଗରାଜ ବିପରୀତ ଦିଗରୁ ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲେ | ୩ ଜଣ ରାସ୍ତାରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ୩ ବାଇକ ଆରୋହୀଙ୍କ ମୁଣ୍ଡ, ଛାତି, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଛି। ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

16 minutes ago
1


